ଓଡ଼ିଶାଲାଇଭ୍ ବ୍ୟୁରୋ

ଇସ୍ରୋ ଲଞ୍ଚ କରିବାକୁ ଯାଉଛି ରାଡାର ଇମେଜିଂ ସାଟେଲାଇଟ୍ ‘ଇଓଏସ-୦୯’। ଏହା ଦେଶର ସୀମା ସୁରକ୍ଷାକୁ ଆହୁରି ସୁଦୃଢ଼ କରିବ। ଇଓଏସ-୦୯ ଖରାପ ପାଗରେ ବି ଅନୁପ୍ରବେଶକାରୀଙ୍କ ଉପରେ କଡ଼ା ନଜର ରଖିପାରିବ। ଏହି ଉପଗ୍ରହ ରିସାଟ୍-ୱାନବି ନାମରେ ମଧ୍ୟ ପରିଚିତ।

ମେ’ ୧୮ ତାରିଖରେ ଆନ୍ଧ୍ର ପ୍ରଦେଶର ସତିଶ ଧୱନ ସ୍ପେସ ସେଣ୍ଟରରୁ ଏହାକୁ ପିଏସଏଲଭି ରକେଟ ସାହାଯ୍ୟରେ ଲଞ୍ଚ କରାଯିବ। ଇଓଏସ-୦୯ ସାଟେଲାଇଟରେ ପାଞ୍ଚଟି ଇମେଜିଂ ମୋଡ୍ ରହିଛି, ଯେଉଁଥିରେ ରାତିରେ ତଥା ଖରାପ ପାଗରେ ମଧ୍ୟ ଅଲ୍ଟ୍ରା-ହାଇ-ରିଜୋଲ୍ୟୁସନ୍ ଇମେଜିଂଠାରୁ ଆରମ୍ଭ କରି ଛୋଟ ବସ୍ତୁଗୁଡ଼ିକୁ ଚିହ୍ନଟ କରି ହେବ।

ଏଥିସହ ସାମରିକ ଏବଂ ବେସାମରିକ ପ୍ରୟୋଗ ପାଇଁ ଏହି ଉପଗ୍ରହ ୨୪ ଘଣ୍ଟା ଫଟୋ ପ୍ରଦାନ କରିବ। ସେହିପରି ବନ୍ୟା, ବାତ୍ୟା, ଭୂମିକମ୍ପ ଓ ଭୂସ୍ଖଳନ ଭଳି ପ୍ରାକୃତିକ ବିପର୍ଯ୍ୟୟ ଉପରେ ନଜର ରଖିବାରେ ମଧ୍ୟ ଏହା ସହାୟକ ହେବ।

Tags: #EOS09Satelite #RISAT1B #RadarImaging #ISRO

Comment