ଓଡ଼ିଶାଲାଇଭ୍ ବ୍ୟୁରୋ

ସହିଦ ଯବାନଙ୍କ ନାମରେ ନାମିତ ବିଏସଏଫ୍ ବର୍ଡର ପୋଷ୍ଟ। ପହଲଗାମ ଆକ୍ରମଣ ପରେ ଆତଙ୍କୀଙ୍କୁ ଜବାବ ଦେବା ଲାଗି ହୋଇଥିବା ‘ଅପରେସନ ସିନ୍ଦୂର’ ରେ ଭାରତ ୫ ଜଣ ବୀର ଯବାନ ସହିଦ ହୋଇଛନ୍ତି। ଏହି ସହିଦମାନଙ୍କ ମଧ୍ୟରେ ଥିଲେ ବିଏସଏଫ ସବଇନ୍ସପେକ୍ଟର ମହମ୍ମଦ ଇମ୍ତିଆଜ ଓ କନଷ୍ଟେବଳ ଦୀପକ ଚିଙ୍ଗାଖମ। ଏବେ ଏହି ଦୁଇ ସହିଦଙ୍କ ନାମରେ ନାମିତ ହେବ ଦୁଇ ବିଏସଏଫ୍ ବର୍ଡର ପୋଷ୍ଟର ନାଁ।

ସୀମାରେ ପାକିସ୍ତାନର ଗୁଳିବର୍ଷା ବେଳେ ସବଇନ୍ସପେକ୍ଟର ଇମତିଆଜ ତାଙ୍କ ୟୁନିଟର ନେତୃତ୍ୱ ନେଉଥିଲେ। ସେହିପରି କନଷ୍ଟେବଳ ଦୀପକ ଚିଙ୍ଗାଖମ ମଧ୍ୟ ତାଙ୍କ ସହ ଥିଲେ। ଉଭୟ ନିଜ ବର୍ଡର ପୋଷ୍ଟକୁ ରକ୍ଷା କରିବାକୁ ଯାଇ ସର୍ବୋଚ୍ଚ ବଳିଦାନ ଦେଇଥିଲେ।

ବିଏସଏଫ ମହାନିର୍ଦ୍ଦେଶକ ଦଲଜିତ ସିଂହ ଚୌଧରୀ ଓ ଅନ୍ୟ ଅଧିକାରୀମାନେ ସହିଦଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି। ଏହି ବୀର ଯବାନଙ୍କ ସମ୍ମାନରେ ବିଏସଏଫ ମହାନିର୍ଦ୍ଦେଶକ ଦୁଇଟି ବର୍ଡର ପୋଷ୍ଟର ନାଁ ରଖାଯିବା ନେଇ ଘୋଷଣା କରିଛନ୍ତି।

Tags: #BSFPost #MartyredJawans #DeepakChingakham #MohammedImteyaz

Comment