ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତର ରାଜଧାନୀ ଦିଲ୍ଲୀ, ଯେତିକି ଚଳଚଞ୍ଚଳ ସେତିକି ଐତିହ୍ୟ ସମ୍ପନ୍ନ। ତେବେ ଦିଲ୍ଲୀ କିପରି ହେଲା ଭାରତର ରାଜଧାନୀ ହେଲା ଅନେକଙ୍କ ମନରେ ପ୍ରଶ୍ନ ଆସେ। ଏହା ପଛରେ ରହିଛି ଏକ ରୋଚକ କାହାଣୀ।
ଦିଲ୍ଲୀ ପୂର୍ବରୁ କଲିକତା ଥିଲା ଭାରତର ରାଜଧାନୀ। ୧୯୧୧ ମସିହା ଡିସେମ୍ବର ୧୨ ତାରିଖ ବ୍ରିଟିଶ ଶାସକ କିଙ୍ଗ ଜର୍ଜ ପଞ୍ଚମ ଭାରତର ରାଜଧାନୀ କଲିକତାରୁ ଦିଲ୍ଲୀ ସ୍ଥାନାନ୍ତର କରିବାକୁ ଘୋଷଣା କରିଥିଲେ।
ଏହାପରେ ଦିଲ୍ଲୀର ନଗର ବିକାଶ ଦାୟିତ୍ଵ ପ୍ରସିଦ୍ଧ ଆର୍କିଟେକ ଏଡୱିନ୍ ଲୁଟିଏନ୍ସ ଏବଂ ହର୍ବର୍ଟ ବେକରଙ୍କୁ ମିଳିଥିଲା। ଦିଲ୍ଲୀକୁ ରାଜଧାନୀ ରୂପେ ପ୍ରସ୍ତୁତ କରିବାକୁ ପ୍ରାୟ ୨୦ ବର୍ଷ ସମୟ ଲାଗିଥିଲା । ୧୩ ଫେବ୍ରୁଆରି ୧୯୩୧ ମସିହାରେ ଭାରତର ଭାଇସରୟ ଲର୍ଡ ଇରୱିନ୍ ରାଜଧାନୀ ଦିଲ୍ଲୀର ଅନୁଷ୍ଠାନିକ ଉଦଘାଟନ କରିଥିଲେ।
ଏହା ପରେ ଦିଲ୍ଲୀର ମାନଚିତ୍ର କ୍ରମାଗତ ଭାବରେ ବଦଳିବାକୁ ଲାଗିଲା। ୧୯୫୬ରେ ଏକ କେନ୍ଦ୍ରଶାସିତ ଅଞ୍ଚଳ ହୋଇଥିଲା। ଶେଷରେ ୧୯୯୧ର ୬୯ତମ ସମ୍ବିଧାନ ସଂଶୋଧନରେ ଦିଲ୍ଲୀ ଜାତୀୟ ରାଜଧାନୀ କ୍ଷେତ୍ର ଆଇନ ଅଣାଯାଇଥିଲା।
Tags: #NationalCapital #NCTDelhi #India








