ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ-ପାକିସ୍ତାନ ସାମରିକ ସଂଘର୍ଷ ସମୟରେ ତୁର୍କୀର ପାକିସ୍ତାନକୁ ସମର୍ଥନ କରିବା ମହଙ୍ଗା ପଡ଼ିଛି। ଭାରତରେ ‘ବୟକଟ ତୁର୍କୀ’ ହ୍ୟାସଟ୍ୟାଗ ଜୋର ଧରିଥିବା ବେଳେ ଜାତୀୟ ସୁରକ୍ଷା ସ୍ୱାର୍ଥକୁ ଦୃଷ୍ଟିରେ ରଖି ଭାରତ ସରକାର ତୁର୍କୀର କମ୍ପାନି ‘ସେଲବୀ ଆଭିଏସନ’ର ସିକ୍ୟୁରିଟି କ୍ଲିୟରାନ୍ସ ରଦ୍ଦ କରିଛନ୍ତି।

ସେହିପରି ତୁର୍କୀର ଉତ୍ପାଦ ସବୁ ଭାରତରେ ଧୀରେ ଧୀରେ ବ୍ୟାନ ହେବାକୁ ଲାଗିଛି। ଭାରତୀୟ ବ୍ୟବସାୟୀ ସଂଘଗୁଡ଼ିକ ତୁର୍କୀରୁ ସେଓ ଆମଦାନୀ ବନ୍ଦ କରିଛନ୍ତ। ଫଳରେ ତୁର୍କୀ ସେଓର ଚାହିଦା ୫୦ ପ୍ରତିଶତ ହ୍ରାସ ପାଇଛି। ତୁର୍କୀରୁ ମାର୍ବଲ କିଣା ମଧ୍ୟ ବନ୍ଦ କରାଯାଇଛି।

ଏହାସହ ମିନ୍ତ୍ରା ଓ ରିଲାଏନ୍ସର ଆଜିଓ ନିଜ ଅନଲାଇନ ପୋର୍ଟାଲରୁ ତୁର୍କୀର ପୋଷାକ ବିକ୍ରି ବନ୍ଦ କରିଛନ୍ତି। ଯାହାକି ତୁର୍କୀର ଅର୍ଥନୀତି ଉପରେ ବଡ଼ ପ୍ରଭାବ ପକାଇବ ବୋଲି ଆକଳନ କରାଯାଉଛି।

Tags: #BoycottTurkey #SupportPakistan #CelbiAviation #India

Comment