ଓଡ଼ିଶାଲାଇଭ୍ ବ୍ୟୁରୋ

ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କରୋନା ମହାମାରୀ ଏବେ ପୁଣି ଥରେ ଏସିଆକୁ ଫେରିଛି। ଏହାକୁ ନେଇ ପୁଣି ଚିନ୍ତା ବଢ଼ିଛି।

ହଂକଂରେ କୋଭିଡ ସଂକ୍ରମଣ ସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ନେଇ ଦେଶର ସ୍ୱାସ୍ଥ୍ୟ ସୁରକ୍ଷା କେନ୍ଦ୍ର ପକ୍ଷରୁ କୁହାଯାଇଛି। ସେଠାରେ କୋଭିଡ୍ ପଜିଟିଭିଟି ହାର ଏକ ବର୍ଷ ମଧ୍ୟରେ ସର୍ବୋଚ୍ଚ ସ୍ତରକୁ ପହଞ୍ଚିଛି। ଗୁରୁତର ମାମଲା ଓ ମୃତ୍ୟୁ ହାର ମଧ୍ୟ ବୃଦ୍ଧି ପାଉଛି।

ହଂକଂରେ ମେ’ ୩ ସୁଦ୍ଧା କୋଭିଡର ୩୧ଟି ଗୁରୁତର ମାମଲା ଆସିଥିବାବେଳେ ମୃତ୍ୟୁ ରିପୋର୍ଟ ନେଇ ସୂଚନା ମିଳିଛି।

ସେହିପରି ସିଙ୍ଗାପୁରରେ ମଧ୍ୟ କୋଭିଡ-୧୯ ମାମଲା ବଢ଼ିଚାଲିଛି। ଦେଶର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁଯାୟୀ, ସେଠାରେ କୋଭିଡ୍ ସଂକ୍ରମଣ ମାମଲା ୨୮ ପ୍ରତିଶତ ବୃଦ୍ଧି ପାଇଛି।

ଅନ୍ୟପଟେ, ପ୍ରସିଦ୍ଧ ଗାୟକ ଇସେନ ଚୈନ କୋଭିଡ-୧୯ ସଂକ୍ରମିତ ହେବା କାରଣରୁ ତାଇୱାନର କାଇଶୁଙ୍ଗରେ ହେବାକୁ ଥିବା ସଙ୍ଗୀତ କନସର୍ଟକୁ ବାତିଲ କରିଦେଇଛନ୍ତି।

Tags: #Covid19 #CoronaVirus #HongKong #Singapore

Comment