ଓଡ଼ିଶାଲାଇଭ୍ ବ୍ୟୁରୋ
୧୯୧୩ ମସିହା ମେ’ ୩ ତାରିଖ, ଭାରତୀୟ ସିନେମା ଇତିହାସରେ ଏକ ଐତିହାସିକ ଦିନ। କାରଣ ଏହି ଦିନ ରିଲିଜ ହୋଇଥିଲା ଭାରତର ପ୍ରଥମ ଫୁଲ୍-ଲେନଥ୍ ଫିଚର ଫିଲ୍ମ ‘ରାଜା ହରିଶଚନ୍ଦ୍ର’। ଏହା ଏକ ସାଇଲେଣ୍ଟ ଫିଲ୍ମ ଥିଲା। ଏହାର ସମ୍ପୂର୍ଣ୍ଣ କାହାଣୀ କେବଳ ଇସାରାରେ ବର୍ଣ୍ଣନା କରାଯାଇଥିଲା।
ପୌରଣିକ କାହାଣୀ ଉପରେ ଆଧାରିତ ଏହି ଫିଲ୍ମର ନିର୍ଦ୍ଦେଶନା, ପ୍ରଯୋଜନା ଏବଂ ସ୍କ୍ରିନ ପ୍ଲେ କରିଥିଲେ ଭାରତୀୟ ସିନେମାର ଜନକ ଦାଦାସାହେବ ଫାଲକେ।
୪୦ ମିନିଟର ଏହି ଫିଲ୍ମରେ କୌଣସି ମହିଳା ଅଭିନେତ୍ରୀ ନଥିଲେ। ମହିଳା ଚରିତ୍ରଗୁଡ଼ିକୁ ପୁରୁଷମାନେ ପୋଷାକ ବଦଳାଇ ଅଭିନୟ କରିଥିଲେ।
ରାଜା ହରିଶ୍ଚନ୍ଦ୍ର ଫିଲ୍ମର ନିର୍ମାଣ ପାଇଁ ପାଖାପାଖି ୭ ମାସ ଲାଗିଥିଲା। ଏହାର ବଜେଟ ଥିଲା ୧୫ ହଜାର ଟଙ୍କା। ମୁମ୍ବାଇର କରୋନେସନ ଥିଏଟରରେ ରିଲିଜ ହୋଇଥିବା ଏହି ଫିଲ୍ମ ଦର୍ଶକଙ୍କୁ ଆକୃଷ୍ଟ କରିବା ସହ ଭାରତୀୟ ସିନେମାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲା।
Tags: #RajaHarishchandra #FirstFeatureFilm #Entertainment








