ଓଡ଼ିଶାଲାଇଭ୍ ବ୍ୟୁରୋ
ମେ’ ୨୧ ତାରିଖରେ ଭାରତରେ ପାଳିତ ହୁଏ ଜାତୀୟ ଆତଙ୍କବାଦ ବିରୋଧୀ ଦିବସ। ଆତଙ୍କବାଦ ଏବଂ ହିଂସାର ନକାରାତ୍ମକ ପ୍ରଭାବ ବିଷୟରେ ଲୋକଙ୍କୁ ସଚେତନ କରାଇବା ପାଇଁ ଏହି ଦିବସ ପାଳନ କରାଯାଏ।
ଏହି ଦିବସ ପାଳନ କରାଯିବା ପଛରେ କ’ଣ ରହିଛି ଇତିହାସ?
୧୯୯୧ ମସିହା ମେ’ ୨୧ ତାରିଖରେ ଏଲଟିଟିଇ ଆତଙ୍କବାଦୀଙ୍କ ଆତ୍ମଘାତୀ ବୋମା ବିସ୍ଫୋରଣରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କର ଦେହାନ୍ତ ହୋଇଥିଲା। ଏହି ଆକ୍ରମଣରେ ରାଜୀବ ଗାନ୍ଧୀଙ୍କ ସହିତ ଅନ୍ୟ ୧୪ ଜଣ ଲୋକଙ୍କର ଜୀବନହାନୀ ହୋଇଥିଲା। ଦେଶରେ ଭୟ ଓ ଶୋକର ବାତାବରଣ ସୃଷ୍ଟି କରିଥିଲା ଏହି ଆକ୍ରମଣ।
ଆତଙ୍କବାଦର ଭୟାବହତା ବିଷୟରେ ଲୋକଙ୍କୁ ସଚେତନ କରାଇବା ଓ ଜାତୀୟ ଏକତାକୁ ପ୍ରୋତ୍ସାହିତ କରିବା ପାଇଁ ଭାରତ ସରକାର ପ୍ରତିବର୍ଷ ମେ’ ୨୧ ତାରିଖକୁ ଜାତୀୟ ଆତଙ୍କବାଦ ବିରୋଧୀ ଦିବସ ଭାବେ ପାଳନ କରୁଛନ୍ତି।
Tags: #NationalAntiTerrorismDay #RajivGandhiDeath #India








