ଓଡ଼ିଶାଲାଇଭ୍ ବ୍ୟୁରୋ
ଶ୍ରୀମନ୍ଦିରରେ ଲାଗିବ ଆଣ୍ଟିଡ୍ରୋନ୍ ସିଷ୍ଟମ୍। ଏନେଇ ବିଚାର କରାଯାଉଥିବା କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ତେବେ ଏହି ଆଣ୍ଟିଡ୍ରୋନ୍ ସିଷ୍ଟମ୍ କ’ଣ ଏବଂ ଏହା ଶ୍ରୀମନ୍ଦିରରେ କାହିଁକି ଲାଗିବ?
ଅନେକ ସମୟରେ ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡୁଥିବା ଦେଖିବାକୁ ମିଳୁଛି। ଶ୍ରୀମନ୍ଦିରର ଅନେକ ଡ୍ରୋନ୍ ଫୁଟେଜ ଭାଇରାଲ ମଧ୍ୟ ହେଉଛି। ଡ୍ରୋନଗୁଡ଼ିକୁ ଧରିବା କିମ୍ବା ଖସାଇବା ପାଇଁ କୌଣସି ଅତ୍ୟାଧୁନିକ ସିଷ୍ଟମ ପୁରୀ ପୋଲିସ ପାଖରେ ନାହିଁ।
ଏହି ଆଣ୍ଟିଡ୍ରୋନ୍ ସିଷ୍ଟମ୍ ଲାଗିବା ଦ୍ୱାରା ଶ୍ରୀମନ୍ଦିର ଉପରେ କିମ୍ବା ଚାରିପାଶ୍ୱର୍ରେ କେଉଁଠି ବି ଡ୍ରୋନ୍ ଉଡିବା ମାତ୍ରେ ଏହାକୁ ଖସାଇ ଦିଆଯାଇପାରିବ। ଆଣ୍ଟିଡ୍ରୋନ୍ ଟେକ୍ନୋଲୋଜି ଲଗାଯିବା ନେଇ ପୋଲିସ ବିଭାଗ ସହ ଆଲୋଚନା କରିଛି ଆଇନ ବିଭାଗ। ଏଥିପାଇଁ ଆବଶ୍ୟକ ପଡିଲେ ଶ୍ରୀମନ୍ଦିର ପ୍ରଶାସନ ଅର୍ଥ ଯୋଗାଇବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ
Tags: #OdishaGovernment #AntidroneSystem #JagannathTemple #Puri















