ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରକାଶ ପାଇଛି ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର ସ୍ନାତକ ପରୀକ୍ଷା ଫଳାଫଳ। ବିଶ୍ଵବିଦ୍ୟାଳୟର ବେଷ୍ଟ ଗ୍ରାଜୁଏଟ୍ ହୋଇଛନ୍ତି ଅନ୍ଵେଷା ଦାସ।

ଅନ୍ଵେଷାଙ୍କ ଘର ଭୁବନେଶ୍ଵର ଉପକଣ୍ଠ ଅଟଳାରେ। ଦୃଢ଼ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ବଳରେ ସେ ଜୁଲୋଜି ଅନର୍ସରେ ୯.୬୨ ସିଜିପିଏ ରଖି ଏହି ସଫଳତା ହାସଲ କରିଛନ୍ତି। ଆଗକୁ ଅଧ୍ୟାପିକା ହେବାକୁ ଲକ୍ଷ୍ୟ ରଖିଛନ୍ତି ଅନ୍ଵେଷା।

ପ୍ରତିଦିନ କ୍ଳାସରେ ଉପସ୍ଥିତ ରହି ପାଠକୁ ଭଲ ଭାବରେ ବୁଝିବା ତାଙ୍କ ପାଇଁ ଲାଭଦାୟକ ହୋଇଥିଲା ବୋଲି ଅନ୍ଵେଷା କୁହନ୍ତି। ଅନ୍ଵେଷାଙ୍କ ବାପା ଜଣେ ଚାଷୀ ହୋଇଥିଲେ ମଧ୍ୟ ଝିଅକୁ ପାଠପଢ଼ି ଆଗକୁ ବଢ଼ିବାକୁ ପ୍ରେରଣା ଦେଇଆସୁଛନ୍ତି। ତାଙ୍କର ଏହି ସଫଳତା ପଛରେ ବାପାଙ୍କର ଯଥେଷ୍ଟ ଅବଦାନ ରହିଛି ବୋଲି କହିଛନ୍ତି ଅନ୍ଵେଷା ଦାସ।

Tags: #BestGraduate #TopperStrategy #AnweshaDas #Bhubaneswar #Odisha

Comment