ଓଡ଼ିଶାଲାଇଭ୍ ବ୍ୟୁରୋ

ନିଜର ଦୃଢ଼ ଇଚ୍ଛା ଶକ୍ତି ଏବଂ କଠିନ ପରିଶ୍ରମ ଆଗରେ ହାର ମାନିଯାଏ ସବୁ ପ୍ରକାର ପରିସ୍ଥିତି। ଏହା ପ୍ରମାଣ କରି ଦେଖାଇଛନ୍ତି ହରିୟାଣାର ଝିଅ କାଫି। ସିବିଏସଇ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାରେ ୯୫.୬ ପ୍ରତିଶତ ମାର୍କ ରଖି ସ୍କୁଲ ଟପ୍ପର ହୋଇଛନ୍ତି।

ଏସିଡ୍ ଆକ୍ରମଣ ପୀଡ଼ିତା ହେଉଛନ୍ତି କାଫି। ମାତ୍ର ୩ ବର୍ଷ ବୟସରେ ପଡ଼ୋଶୀଙ୍କ ଆକ୍ରୋଶର ଶିକାର ହୋଇଥିଲେ କାଫି। ଦୁନିଆକୁ ଭଲ ଭାବେ ଦେଖିବା ପୂର୍ବରୁ ଏସିଡ୍ ଆକ୍ରମଣରେ ପୋଡ଼ିଗଲା ମୁହଁ ଏବଂ ନଷ୍ଟ ହୋଇଗଲା ତାଙ୍କର ଦୁଇ ଆଖି।

ଅନ୍ଧାର ଭିତରକୁ ଠେଲି ହୋଇଗଲା ଗୋଟିଏ ସୁନ୍ଦର ଜୀବନ। କିନ୍ତୁ କଠିନ ପରିଶ୍ରମ ବଳରେ ନିଜ ଭବିଷ୍ୟତକୁ ଉଜ୍ୱଳ କରିବାରେ ଆଜି ସଫଳ ହୋଇପାରିଛନ୍ତି କାଫି। ଆଜି ସେ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି।

ଦୃଢ଼ ମନୋବଳ ଆଗରେ ହାର ମାନିଥାଏ ସବୁକିଛି। ବାସ୍ତବ ଜୀବନରେ ଏହାକୁ ପ୍ରମାଣିତ କରିଦେଖାଇଛନ୍ତି ଏସିଡ୍ ପୀଡ଼ିତା କାଫି। କାଫି ସିବିଏସଇ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାରେ ସ୍କୁଲ ଟପ୍ପର ହୋଇଛନ୍ତି। ଏବେ ତାଙ୍କର ଲକ୍ଷ୍ୟ ହେଉଛି ଆଇଏଏସ୍ ଅଫିସର ହୋଇ ସମାଜର ସେବା କରିବା।

Tags: #CBSETopper #Kafi #AcidAttackSurvivor

Comment