ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ଅବକାରୀ ଆଇନକୁ କଡ଼ାକଡ଼ି କରାଯିବ – ମନ୍ତ୍ରୀ ରାଜ୍ୟ ସରକାରଙ୍କ ଅବକାରୀ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ‘ଆମ ସଂକଳ୍ପ – ନିଶା ନୁହେଁ, ଜୀବନ’ ଜନସଚେତନତା ଅଭିଯାନ। ମେ’ ୩୧ ତାରିଖ ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, “ଘାତକ ନିଶାର ବ୍ୟବହାର ଓ ମଦର ଚୋରା କାରବାର ବିରୋଧରେ ଏହି ଅଭିଯାନ ପ୍ରତି ଗାଁ, ପ୍ରତି ପରିବାରରେ ପହଞ୍ଚିବ”।

ମେ’ ୩୧ ତାରିଖରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଜୁନ ୨୬ ତାରିଖ ଅନ୍ତର୍ଜାତୀୟ ନିଶା ସେବନ ଓ ବେଆଇନ କାରବାର ନିରୋଧ ଦିବସ ପର୍ଯ୍ୟନ୍ତ ଚାଲିବ।

Tags: #AmaSankalpa #SayNoToDrugs #YesToLife #ଆମସଂକଳ୍ପ #PrithvirajHarichandan #Odisha

Comment