ଓଡ଼ିଶାଲାଇଭ୍ ବ୍ୟୁରୋ

ବିଭିନ୍ନ ନିଶାଦ୍ରବ୍ୟ ବ୍ୟବହାରର କୁପରିଣାମ ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବା ସହିତ ଅପମିଶ୍ରିତ, ବିଷାକ୍ତ ଓ ଚୋରା ମଦ କାରବାରକୁ ରୋକିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ଅବକାରୀ ବିଭାଗ ପକ୍ଷରୁ ଆମ ‘ସଂକଳ୍ପ – ନିଶା ନୁହେଁ ଜୀବନ’ ଶୀର୍ଷକକୁ ନେଇ ଆରମ୍ଭ ହୋଇଛି ଜନସଚେତନତା ଅଭିଯାନ।

ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଅବକାରୀ ବିଭାଗର କମିଶନର ତଥା ଶାସନ ସଚିବ ପୁନମ ଗୁହା କହିଛନ୍ତି, “ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ସହଯୋଗିତାରେ ଲୋକନୃତ୍ୟ, ପଥପ୍ରାନ୍ତ ନାଟକ, ସଚେତନତା ଶିବିର, ସଚେତନତା ରଥ ଏବଂ ଆଲୋଚନାଚକ୍ର ଜରିଆରେ ଲୋକଙ୍କୁ ସଚେତନ କରାଯିବ”।

Tags: #AmaSankalpa #SayNoToDrugs #YesToLife #ଆମସଂକଳ୍ପ #PunamGuha #Odisha

Comment