ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରକାଶ ପାଇଲା ଜେଇଇ ଆଡଭାନ୍ସଡ ୨୦୨୫ ରେଜଲ୍ଟ। ଏଥିରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି ରାଜସ୍ଥାନର ରଜିତ ଗୁପ୍ତା। ମୋଟ ୩୬୦ରୁ ୩୩୨ ମାର୍କ ରଖି ଏହି ସଫଳତା ହାସଲ କରିଛନ୍ତି ରଜିତ ଗୁପ୍ତା।

ଏହି ପରୀକ୍ଷାରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ସକ୍ଷମ ଜିନ୍ଦଲ। ତୃତୀୟ ସ୍ଥାନରେ ମାଜିଦ ମୁଜାହିଦ ହୁସେନ ରହିଥିବା ବେଳେ ଦେବଦତ୍ତା ମାଝୀ ୧୬ତମ ରାଙ୍କ ହାସଲ କରି ଛାତ୍ରୀଙ୍କ ମଧ୍ୟରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ଓଡ଼ିଶାର ହଂସ ଦାରୁକା ୩୯ ରାଙ୍କରେ ଥିବାବେଳେ ନବନିତ ପ୍ରିୟଦର୍ଶୀ ୯୭ ରାଙ୍କ ହାସଲ କରିଛନ୍ତି।

ତେବେ ଜେଇଇ ଆଡଭାନ୍ସ କମନ୍ ରାଙ୍କ ଲିଷ୍ଟ ବା ସିଆରଏଲରେ ପ୍ରଥମ ୧୫ଟି ସ୍ଥାନରେ ଛାତ୍ର ରହିଛନ୍ତି। ଚଳିତ ଥର ୧ ଲକ୍ଷ ୮୦ ହଜାର ୪୨୨ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଏଥିରୁ ୫୪, ୩୭୮ ଜଣ କୃତକାର୍ଯ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୯,୪୦୪ ଛାତ୍ରୀ ରହିଛନ୍ତି।

Tags: #JEEAdvanced2025 #ResultOut #Topper #RajitGupta

Comment