ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେବି ଉଚ୍ଚ ମାଧ୍ୟମିକ ସ୍କୁଲର ଯୁକ୍ତ ୨ ବାଣିଜ୍ୟ ବିଭାଗର ଟପ୍ପର ହୋଇଛନ୍ତି ବିଜୟଲକ୍ଷ୍ମୀ ପରିଡ଼ା। ୬୦୦ରୁ ୫୭୫ ମାର୍କ ରଖି ତାଙ୍କୁ ମିଳିଛି ଏହି ସଫଳତା। ପରିଶ୍ରମ ବହୁତ କରିଛନ୍ତି, ହେଲେ ଟପ୍ପର ହେବେ ବୋଲି ଭାବି ନଥିବା କହିଛନ୍ତି ବିୟଜଲକ୍ଷ୍ମୀ।
ଟିକିଏ ବି ସମୟ ଅପଚୟ ନକରି ଅକ୍ଳାନ୍ତ ପରିଶ୍ରମ କରୁଥିଲେ ବିଜୟଲକ୍ଷ୍ମୀ। ତାଙ୍କ ପରିଶ୍ରମ ସାର୍ଥକ ହେଲା। ସର୍ବମୋଟ ୬୦୦ରୁ ୫୭୫ ମାର୍କ ରଖି ଟପ୍ପର ହୋଇଛନ୍ତି ସେ। ଆଗକୁ ଚାର୍ଟର୍ଡ ଆକାଉଣ୍ଟାଣ୍ଟ ହେବାକୁ ଲକ୍ଷ୍ୟ ରଖିଛନ୍ତି ବିଜୟଲକ୍ଷ୍ମୀ।
ଏହି ସଫଳତା ପାଇଁ ସେ ନିଜ ପରିବାରକୁ ଶ୍ରେୟ ଦେଇଛନ୍ତି। ବିଜୟଲକ୍ଷ୍ମୀ କୁହନ୍ତି, ଲକ୍ଷ୍ୟ ସ୍ଥିର ଥିଲେ ସଫଳତା ନିଶ୍ଚୟ ମିଳିବ।
Tags: #ExamTopper #Topper #bjbcollege #VijaylakshmiParida #ExamTopper #Education #Odisha

















