ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେବି ଉଚ୍ଚ ମାଧ୍ୟମିକ ସ୍କୁଲର ଯୁକ୍ତ ୨ କଳା ବିଭାଗର ଟପ୍ପର ହୋଇଛନ୍ତି ଭୁବନେଶ୍ୱରର କଶିଶ୍ ନାୟକ। ସମୁଦାୟ ୬୦୦ରୁ ୫୫୭ ମାର୍କ ରଖି ସେ ଟପ୍ପର ହୋଇଛନ୍ତି। ଏହି ସଫଳତା ପଛରେ ରହିଛି ତାଙ୍କର କଠିନ ପରିଶ୍ରମ, ପରିବାର ଏବଂ ଶିକ୍ଷକଙ୍କ ସହଯୋଗ।
ପରୀକ୍ଷା ପୂର୍ବରୁ କେଉଁଦିନ କ’ଣ ପଢ଼ିବେ ସେନେଇ ସ୍ଵତନ୍ତ୍ର ଷ୍ଟ୍ରାଟେଜି ପ୍ରସ୍ତୁତ କରିଥିଲେ କଶିଶ୍। ଭବିଷ୍ୟତରେ ପ୍ରଶାସନିକ ଅଧିକାରୀ ହେବାକୁ କଶିଶ୍ ଲକ୍ଷ୍ୟ ରଖିଛନ୍ତି। କେବଳ ପରୀକ୍ଷା ସମୟରେ ନୁହେଁ, ପ୍ରଥମ ଦିନରୁ ମନଦେଇ ପଢ଼ିଲେ ସଫଳତା ମିଳିବ ବୋଲି କହିଛନ୍ତି କଶିଶ୍ ନାୟକ।
Tags: #Topper #+2Exam #KashishNaik #ExamTips #toppermindset

















