ଓଡ଼ିଶାଲାଇଭ୍ ବ୍ୟୁରୋ

ଯାଜପୁର ଜିଲ୍ଲାରେ ଝାଡ଼ାବାନ୍ତି ପରିସ୍ଥିତି ଅଣାୟତ ହେଲାଣି। ଗତ ୪ ଦିନ ମଧ୍ୟରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ୪ ଜଣଙ୍କର ଜୀବନ ଗଲାଣି। ୬ ଶହରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
ଯାଜପୁର ଜିଲ୍ଲାର ଯାଜପୁର ରୋଡ, ଦାନଗଦି, ଧର୍ମଶାଳା, କୋରେଇ ଓ ବଡ଼ଚଣାରେ ଝାଡ଼ାବାନ୍ତି ସ୍ଥିତି ଉଦବେଗ ଜନକ ରହିଛି।
ଏପଟେ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର କହିଛନ୍ତି, ଘରକୁ ଘର ବୁଲି ଝାଡ଼ାବାନ୍ତି ରୋଗୀଙ୍କୁ ଚିହ୍ନଟ କରି ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ନିର୍ଦ୍ଦେ ଶ ଦିଆଯାଇଛି। ବିଶେଷଜ୍ଞ ଦଳ ଗାଁ ଗାଁରେ ପହଞ୍ଚି ପାଣି ଓ ମଳର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛନ୍ତି। ୩ଟି ମେଡିକାଲ ଟିମ୍ ଜିଲ୍ଲାର ବିଭିନ୍ନ ଡାକ୍ତରଖାନା ଓ ଝାଡ଼ାବାନ୍ତି ବ୍ୟାପୁଥିବା ଅଞ୍ଚଳକୁ ଯାଇ ଅନୁଧ୍ୟାନ କରୁଛନ୍ତି।
୨୦ରୁ ଅଧିକ ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ସୁଦ୍ଧା ସ୍ଥିତି ନିୟନ୍ତ୍ରଣକୁ ଆସିନାହିଁ। ଏହି ପରିସ୍ଥିତିରେ ଲୋକଙ୍କୁ ସତର୍କତା ଅବଲମ୍ବନ କରିବା ପାଇଁ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।
Tags: #Diarrhea #Treatment #Jajpur #Odisha















