ଓଡ଼ିଶାଲାଇଭ୍ ବ୍ୟୁରୋ

ରାତି ପାହିଲେ ଓଡ଼ିଶାର ଗଣ ପର୍ବ ରଜ। ଗାଁଠୁ ସହର, ସବୁଠି ଚାଲିଛି ସଜବାଜ। କାରଣ ଗୋଟିଏ ବର୍ଷର ଅପେକ୍ଷା ପରେ ପୁଣି ଆସିଛି ରଜ।
ରଜ ପର୍ବକୁ ଗାଁଠାରୁ ସହର ପର୍ଯ୍ୟନ୍ତ ପ୍ରତିଟି ଓଡ଼ିଆ ପରିବାର ବେଶ୍ ଧୁମଧାମରେ ପାଳନ କରିଥାନ୍ତି। ଓଡ଼ିଆ ପର୍ବପର୍ବାଣୀରେ ରଜର ସ୍ୱାତନ୍ତ୍ର୍ୟତା ରହିଛି। ରଜ ତିନିଦିନ ପିଠାପଣା, ଦୋଳି ଖେଳରେ ଦୁଲୁକିବ ପୁରପଲ୍ଲୀ। ଏଥର ରଜ ପାଇଁ ହୋଇଛି ବଡ଼ ଆୟୋଜନ।
ଜୁନ ୧୪ ତାରିଖରେ ପହଲି ରଜ, ଦ୍ୱିତୀୟ ଦିନ ରଜ ସଂକ୍ରାନ୍ତି ଏବଂ ତୃତୀୟ ଦିନ ଭୂମି ଦହନ ଏବଂ ଚତୁର୍ଥ ଦିନ ମହାଲକ୍ଷ୍ମୀ ସ୍ନାନ (ବସୁମାତା ସ୍ନାନ)। ପହିଲି ରଜ ପୂର୍ବ ଦିନ ହୋଇଥାଏ ସଜବାଜ।। ମୁହଁରେ ଚନ୍ଦନଟିପା, ପାଦରେ ଅଳତା, ନଖରେ ନେଲପଲିସି, ହାତରେ ମେହେନ୍ଦୀ ଲଗାଇ ସଜେଇ ହୋଇଥାନ୍ତି କୁଆଁରୀ କନ୍ୟା। ଆଜିଠାରୁ ଏଥିପାଇଁ ଚାଲିଛି ପ୍ରସ୍ତୁତି। ଘରେ ଘରେ ଦେଖିବାକୁ ମିଳିଛି ଉତ୍ସବର ମାହୋଲ।
ଝିଅମାନେ ଏକାଠି ବସି ସଜବାଜ ଆରମ୍ଭ କରିଛନ୍ତି। କିଣା ସରିଛି ନୂଆ ଡ୍ରେସ। ପିଠାପଣା ପାଇଁ ମଧ୍ୟ ସମସ୍ତ ପ୍ରସ୍ତୁତି ସରିଛି। ରାତି ପାହିଲେ ଜମିବ ଆସର। ଏକାଠି ଦୋଳି ଖେଳର ମଜା ନେବେ ଝିଅ ବୋହୂ।
Tags: #Festival #Raja #PahiliRaja #Celebration


















