ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ଓଡ଼ିଶା ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ମୟୂରଭଞ୍ଜ ଜିଲ୍ଲା ବାରିପଦାସ୍ଥିତ ଛଉ ପଡ଼ିଆଠାରେ ଜିଲ୍ଲାସ୍ତରୀୟ ବିକାଶ ମେଳା ଉଦଘାଟିତ ହୋଇଯାଇଛି।

ବିକାଶ ମେଳାକୁ ରାଜ୍ୟସଭା ସାଂସଦ ମମତା ମହାନ୍ତ ଓ ବାରିପଦା ବିଧାୟକ ପ୍ରକାଶ ସୋରେନ ଉଦଘାଟନ କରିଥିଲେ। ଏହି ଅବସରରେ ଜିଲ୍ଲାପାଳ ହେମକାନ୍ତ ସାଏ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଧର୍ମାନନ୍ଦ ବେହେରା, ଅତିରିକ୍ତ ଜିଲ୍ଲାପାଳ ଈଶ୍ୱର ଚନ୍ଦ୍ର ଷଡ଼ଙ୍ଗୀ, ଏସିଡିଓ ଶାନ୍ତନୁ କୁମାର ନାୟକ, ଓରମାସର ଡେପୁଟି ସିଇଓ ବିମାନ ମଲ, ଡିସିପିଓ ମମତାମୟୀ ବିଶ୍ୱାଳ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି ସମେତ ବିଭିନ୍ନ ବିଭଗୀୟ ଅଧିକାରୀ ଉପସ୍ଥିତ ଥିଲେ। ଉଦଘାଟନ ପରେ ଅତିଥିମାନେ ଷ୍ଟଲ ପରିଦର୍ଶନ କରିଥିଲେ।

ମେଳାରେ ମୋଟ ୬୦ଟି ଷ୍ଟଲ ପଡ଼ିଛି। ଏଥିମଧ୍ୟରୁ ୨୫ଟି ଫୁଡ ଷ୍ଟଲ ରହିଛି। ବିଭିନ୍ନ ପାରମ୍ପରିକ ଖାଦ୍ୟ ସାଙ୍ଗଗୁ ଜମୁଛି କିଣା ବିକାର ଆସର। ଜୁନ ୧୮ ତାରିଖ ପର୍ଯ୍ୟନ୍ତ ଏହି ମେଳା ଚାଲିବ।

Tags: #BarshaEkUpalabdhiAnek #VikashMela2025 #OdishaGovt #Baripada #Mayurbhanj #Odisha

Comment