ଓଡ଼ିଶାଲାଇଭ୍ ବ୍ୟୁରୋ

ଯାଜପୁର ଜିଲ୍ଲାରେ ଝାଡ଼ାବାନ୍ତି ସ୍ଥିତି ଉଦବେଗ ଜନକ ରହିଥିବାବେଳେ କଲେରା ଚିହ୍ନଟ ହୋଇଛି। ଏହାକୁ ଦୃଷ୍ଟିରେ ରଖି ରଜ ପର୍ବରେ ସାମୁହିକ ସମାବେଶରେ ଭୋଜି ନକରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି।

କଲେରା ଚିହ୍ନଟ ହୋଇଥିବାରୁ ବାହାରର ଅସ୍ଵାସ୍ଥ୍ୟକର ଖାଦ୍ୟ ନଖାଇବା ଏବଂ ପାଣି ନପିଇବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ଘରର ରନ୍ଧା ଖାଦ୍ୟ, ଫୁଟା ଓ ଫିଲ୍ଟର ପାଣି ପିଇବାକୁ କୁହାଯିବା ସହ ଡାଇରିଆ ଲକ୍ଷଣ ଦେଖାଦେଲେ ଆଶା କିମ୍ବା ଅଙ୍ଗନବାଡ଼ି ତଥା ନିକଟସ୍ଥ ସ୍ଵାସ୍ଥ୍ୟ କେନ୍ଦ୍ରର ସହାୟତା ନେବାକୁ ଲୋକଙ୍କୁ ପରାମର୍ଶ ଦିଆଯାଉଛି।

ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପଜିଟିଭ୍ ଚିହ୍ନଟ ହୋଇଥିବା ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଭୟଭୀତ ନହୋଇ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି। ପତଳା ଝାଡ଼ା ହେବା ସଂଗେ ସଂଗେ ଡାକ୍ତରଖାନା ଯିବାକୁ ପରାମର୍ଶ ଦିଆଯାଇଛି।

Tags: #Diarrhea #Treatment #Jajpur #Odisha

Comment