ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଭାରତ ପାଇଁ ଏକ ଐତିହାସିକ ଦିନ। ଡ୍ରାଗନ ସ୍ପେସ କ୍ୟାପସୁଲରେ ଇଣ୍ଟରନ୍ୟାସନାଲ ସ୍ପେସ ଷ୍ଟେସନକୁ ଯାତ୍ରା କରିଛନ୍ତି ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା। ଗ୍ରୁପ କ୍ୟାପଟେନ ଶୁଭାଂଶୁ ଏକ୍ସିଅମ-୪ର ମିଶନ ପାଇଲଟ ଭାବେ ଯାଇଛନ୍ତି।
ବୁଧବାର ଦିନ ୧୨ଟା ୧ରେ ଲଞ୍ଚ ହୋଇଛି ବହୁ ପ୍ରତୀକ୍ଷିତ ଏକ୍ସିଅମ-୪ ମିଶନ। ଆମେରିକାର ପ୍ଲୋରିଡା କେନେଡି ସ୍ପେସ ସେଣ୍ଟରର ଲଞ୍ଚ ପମ୍ପ୍ଲେକ୍ସ ୩୯ଏରୁ ଉତକ୍ଷେପଣ ହୋଇଛି ସ୍ପେସ ଏକ୍ସର ଶକ୍ତିଶାଳୀ ଫାଲକନ-୯ ରକେଟ।
ଡ୍ରାଗନ ସ୍ପେସ କ୍ୟାପସୁଲରେ ସ୍ପେସ ଷ୍ଟେସନକୁ ଯାଇଛନ୍ତି ଚାରିଜଣ ମହାକାଶଚାରୀ। ଏମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଶୁଭାଂଶୁ ଶୁକ୍ଳା। ପ୍ରଥମ ଭାରତୀୟ ଭାବେ ଇଣ୍ଟରନ୍ୟାସନାଲ ସ୍ପେସ ଷ୍ଟେସନକୁ ଯାତ୍ରା କରିଛନ୍ତି ଶୁଭାଂଶୁ।
ଏକ୍ସିଅମ-୪ ମିଶନ ହେଉଛି ଏକ ଘରୋଇ ମହାକାଶ ଅଭିଯାନ। ଏହି ମିଶନରେ ରହିଛନ୍ତି ଭାରତ, ଆମେରିକା, ପୋଲାଣ୍ଡ ଏବଂ ହଙ୍ଗେରୀର ଚାରିଜଣ ମହାକାଚାରୀ। ସମସ୍ତଙ୍କର ଏହା ପ୍ରଥମ ସ୍ପେସ ମିଶନ।
ଏକ୍ସିଅମ-୪ ଇଣ୍ଟରନ୍ୟାସନାଲ ସ୍ପେସ ଷ୍ଟେସନରେ ପ୍ରାୟ ୧୪ ଦିନ ରହି ପୃଥିବୀକୁ ଫେରିବ। ଏହାରି ମଧ୍ୟରେ ୩୧ଟି ଦେଶରୁ ୬୦ଟି ଏକ୍ସପେରିମେଣ୍ଟ କରାଯିବ।
Tags: #ShubhanshuShukla #IndianAstronaut #AxiomMission4 #InternationalSpaceStation









