ଓଡ଼ିଶାଲାଇଭ୍ ବ୍ୟୁରୋ

ରାତି ପାହିଲେ ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଓଡ଼ିଶାର ଏହି ଅନନ୍ୟ ମହୋତ୍ସବ ପାଇଁ ସଜେଇ ହୋଇଛି ଶ୍ରୀକ୍ଷେତ୍ର। ଚିତ୍ରକଳା ସହ ରଙ୍ଗୀନ ଆଲୋକ ମାଳାରେ ଝଲସି ଉଠୁଛି ବଡ଼ଦାଣ୍ଡ।

ଆଷାଢ଼ ମାସର ଶୁକ୍ଲପକ୍ଷ ଦ୍ଵିତୀୟା ତିଥିରେ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ରତ୍ନବେଦୀ ଛାଡ଼ି ଜନ୍ମବେଦୀ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାଆନ୍ତି ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା। ମହାପ୍ରଭୁଙ୍କ ଆଗମନ ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ନୂଆ ରୂପ ଦିଆଯାଇଛି। ସୁନ୍ଦର ଭାବେ ସଜେଇ ହୋଇଛି ମନ୍ଦିରର ସମ୍ମୁଖ ଭାଗ।

ଅନ୍ତିମ ପର୍ଯ୍ୟାୟରେ ପହଁଚିଛି ରଥ ନିର୍ମାଣ କାର୍ଯ୍ୟ। ରଙ୍ଗ ତୂଳିରେ ଶେଷ ସ୍ପର୍ଶ ଦେଉଛନ୍ତି ରୂପକାର ଓ ଚିତ୍ରକର। ରଥଖଳାରେ ନିର୍ମାଣ କାର୍ଯ୍ୟ ସରିବା ପରେ ନେତ୍ର ଉତ୍ସବ ଦିନ ସିଂହଦ୍ଵାର ନିକଟରେ ପହଁଚିବ ତିନି ରଥ। ଜୁନ ୨୭ ତାରିଖରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ରଥାରୂଢ଼ ମହାପ୍ରଭୁଙ୍କୁ ଦେଖିବା ପାଇଁ ଦେଶବିଦେଶରୁ ପୁରୀକୁ ଛୁଟି ଆସୁଛନ୍ତି ଭକ୍ତ।

Tags: #Shreekhetra #RathYatra2025 #JayJaganath #Puri #ShreeMandira

Comment