ଓଡ଼ିଶାଲାଇଭ୍ ବ୍ୟୁରୋ
ଭାବ ଓ ଭକ୍ତିର ଜୀବନ୍ତ ଉତ୍ସବ ରଥଯାତ୍ରା। ପ୍ରତିବର୍ଷ ଆଷାଢ଼ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିରେ ଭକ୍ତଙ୍କୁ ଦର୍ଶନ ଦେବାକୁ ରତ୍ନବେଦୀ ଛାଡ଼ି ବଡ଼ଦାଣ୍ଡକୁ ଓହ୍ଲାଇ ଆସିଥାନ୍ତି ମହାବାହୁ। ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥ ରଥାରୂଢ଼ ହୋଇ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାଇଥାନ୍ତି।
ମହାପ୍ରଭୁଙ୍କ ଏହି ପବିତ୍ର ଯାତ୍ରାରେ ସାମିଲ ହେବକୁ ଦେଶ ବିଦେଶରୁ ଛୁଟି ଆସିଥାନ୍ତି ଲକ୍ଷାଧିକ ଭକ୍ତ। ମହାପ୍ରଭୁଙ୍କ ରଥ ଟାଣିବାର ସୌଭାଗ୍ୟ ଅର୍ଜନ କରିଥାନ୍ତି ଶ୍ରଦ୍ଧାଳୁ। ରଥାରୂଢ଼ ତିନି ଠାକୁରଙ୍କୁ ଦେଖି ଭାବବିହ୍ଵଳ ହୁଏ ଭକ୍ତ।
Tags: #RathYatra2025 #Rathyatra #JagnnathTemple #Puri
















