ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତାକାଲି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ରାହୁଲ ଗାନ୍ଧୀ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଏବଂ କଂଗ୍ରେସର ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ଭୁବନେଶ୍ଵର ବରମୁଣ୍ଡା ହାଇସ୍କୁଲ ପଡ଼ିଆରେ ହେବାକୁ ଥିବା ସମ୍ବିଧାନ ବଞ୍ଚାଅ ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

କଂଗ୍ରେସ ପକ୍ଷରୁ ଭୁବନେଶ୍ଵର ବିମାନ ବନ୍ଦର ଛକଠାରୁ ଜୟଦେବେ ବିହାର ପର୍ଯ୍ୟନ୍ତ ଏକ ‘ରୋଡ ସୋ’ କାର୍ଯ୍ୟକ୍ରମ ରହିଛି। ଏହାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ଆସନ୍ତାକାଲି, ଶୁକ୍ରବାର ଭୁବନେଶ୍ଵର ପାଇଁ ଟ୍ରାଫିକ୍ ନିୟମ ଜାରି କରାଯାଇଛି।

ସକାଳ ୧୦ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ବିମାନ ବନ୍ଦର ଛକଠାରୁ ଜୟଦେବ ବିହାର ଛକ ଏବଂ ଏହାର ବିପରିତ ଦିଗରେ ପ୍ରବଳ ଭିଡ଼ ହେବାର ସମ୍ଭାବନା ରହିଛି।

ସେହିପରି ଦିନ ୧ଟା ୩୦ରୁ ୨ଟା ପର୍ଯ୍ୟନ୍ତ ବରମୁଣ୍ଡା ଛକରୁ ହେଟେଲ ମେ’ ଫେୟାର ଛକ ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳ ରାସ୍ତାରେ ଭିଡ଼ ହେବାର ସମ୍ଭାବନା ରହିଛି। ଏହା ସହ ଅପରାହ୍ଣ ୩ଟାରୁ ୩ଟା ୩୦ ପର୍ଯ୍ୟନ୍ତ ମେ’ ଫେୟାର ଛକଠାରୁ ମାଷ୍ଟର କ୍ୟାଣ୍ଟିନ ଛକ ଏବଂ ଏହାର ଆଖପାଖ ଅଞ୍ଚଳରେ ଭିଡ଼ି ସମ୍ଭାବନା ରହିଛି। ସେହିପରି ଅପରାହ୍ଣ ୪ଟାରୁ ୫ଟା ପର୍ଯ୍ୟନ୍ତ ମାଷ୍ଟର କ୍ୟାଣ୍ଟିନ ଛକଠାରୁ ବିମାନ ବନ୍ଦର ଛକ ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ଭିଡ଼ ସମ୍ଭାବନା ରହିଛି।

ତେଣୁ ଭିଡ଼ ସମ୍ଭାବନା ରହିଥିବା ରାସ୍ତାଗୁଡ଼ିକରେ ନଯାଇ ଅନ୍ୟ ରାସ୍ତା ଦେଇ ଯାତାୟତ କରିବାକୁ ଜନସାଧାରଣଙ୍କୁ କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି।

Tags: #RahulGandhi #OdishaVisit #RoadShow #Bhubaneswar #TrafficGuidelines

Comment