ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ବୟସ ବଢ଼ିବା ସହ ଆଣ୍ଠୁଗଣ୍ଠି ବ୍ୟଥା ଦୈନନ୍ଦିନ ଜୀବନରେ ଏକ ସାଧାରଣ କଥା। କିନ୍ତୁ ବର୍ତ୍ତମାନ ଯୁବାବସ୍ଥାରୁ ହିଁ ଆଣ୍ଠୁଗଣ୍ଠି ବ୍ୟଥା ଏକ ଜଟିଳ ସମସ୍ୟା ପାଲଟିଲାଣି।
ଖାଦ୍ୟପେୟରେ ଅନିୟମିତତା ଏବଂ ପରିବର୍ତ୍ତିତ ଜୀବନଶୈଳୀ ଏହାର ମୁଖ୍ୟ କାରଣ ବୋଲି ବିବେଚନା କରାଯାଉଛି। ସଠିକ୍ ସମୟରେ ଏଥିପ୍ରତି ଦୃଷ୍ଟି ଦେଇ ଚିକିତ୍ସା କରାଇଲେ ଆଣ୍ଠୁଗଣ୍ଠି ଜନିତ ସମସ୍ୟାକୁ ଏଡ଼ାଇ ହେବ ବୋଲି ଡାକ୍ତର କୁହନ୍ତି।
ତେବେ ଯୁବାବସ୍ଥାରେ କାହିଁକି ବଢ଼ୁଛି ଆଣ୍ଠୁଗଣ୍ଠି ସମସ୍ୟା, ଯୁବାବସ୍ଥାରେ ଦେଖା ଦେଉଥିବା ଆଣ୍ଠୁଗଣ୍ଠି ସମସ୍ୟାରୁ କିପରି ମୁକ୍ତି ପାଇବେ ଓ ଏହାର ଚିକିତ୍ସା କେମିତି କରାଯାଏ, ସେ ବିଷୟରେ ବିଶିଷ୍ଟ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ଦିବ୍ୟ ସିଂହଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #KneePain #Causes #Treatment #HealthCare #OdiaHealthTips #DoctorAdvice

















