ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ବାଲେଶ୍ଵର ଫକୀର ମୋହନ ସ୍ଵୟଂଶାସିତ ମହାବିଦ୍ୟାୟର ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣାକୁ ନେଇ ସାରା ରାଜ୍ୟରେ ଆନ୍ଦୋଳନ ଓ ପ୍ରତିବାଦ ତୀବ୍ର ହେବାରେ ଲାଗିଛି। କଂଗ୍ରେସ ପକ୍ଷରୁ ଓଡ଼ିଶାରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲାରେ ଏହାର ପ୍ରଭାବ ଦେଖିବାକୁ ମିଳିଛି।

ମୟୂରଭଞ୍ଜ ଜିଲ୍ଲାରେ କଂଗ୍ରେସ ଏବଂ ବିଭିନ୍ନ ବାମପନ୍ଥୀ ଦଳ ଓ ଭଞ୍ଜସେନା ପକ୍ଷରୁ ବନ୍ଦ ପାଳନ କରାଯାଇଥିଲା। ଫଳରେ ଜିଲ୍ଲାରେ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହୋଇଥିଲା। ହସ୍ପିଟାଲ, ମେଡିସିନ ଷ୍ଟୋର ଏବଂ ଆମ୍ବୁଲାନ୍ସ ଭଳି ଜରୁରୀ ସେବା ଚାଲୁ ରହିଥିବା ବେଳେ ପେଟ୍ରୋଲ ପମ୍ପ, ସ୍କୁଲ କଲେଜ, ସରକାରୀ କାର୍ଯ୍ୟାଳୟ, ଦୋକାନ, ବଜାର ଆଦି ବନ୍ଦ ରହିଥିଲା। ସକାଳ ୬ଟାରୁ ଜିଲ୍ଲାରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା।

Tags: #FMCollegeStudentDeathCase #Soumyashree #Protest #Politics #Congress #Mayurbhanj #Odisha

Comment