ଓଡ଼ିଶାଲାଇଭ୍ ବ୍ୟୁରୋ
ଓଲିଉଡର ଜଣେ ଭିନ୍ନ ଅଭିନେତା ଅଶ୍ରୁମୋଚନ ମହାନ୍ତି। ବିଭିନ୍ନ ଚରିତ୍ରରେ ଅଭିନୟ କରି ସେ ଦର୍ଶକଙ୍କ ପାଖରେ ପହଞ୍ଚି ପାରିଛନ୍ତି।
‘ଚକା ଆଖି ସବୁ ଦେଖୁଛି’, ‘ଉଦଣ୍ଡୀ ସୀତା’, କାଶିଆ କପିଳା’ ଆଦି ଅଶ୍ରୁମୋଚନ ମହାନ୍ତିଙ୍କ ଅଭିନୀତ ଲୋକପ୍ରିୟ ଓଡ଼ିଆ ସିନେମା। ଫିଲ୍ମ ସହ ଅନେକ ମେଗା ଧାରାବାହିକରେ ତାଙ୍କ ନିଖୁଣ ଅଭିନୟ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି। ଅଭିନୟ ସହ ଯାତ୍ରା ନିର୍ଦ୍ଦେଶକ ଭାବେ ମଧ୍ୟ ତାଙ୍କର ସ୍ଵତନ୍ତ୍ର ପରିଚୟ ରହିଛି।
ପିଲାଟି ଦିନରୁ ଅଭିନୟ ପ୍ରେମରେ ପଡ଼ିଥିଲେ ଅଶ୍ରୁମୋଚନ। କିନ୍ତୁ ବଡ଼ ହେବା ପରେ ଭାବିଲେ ଭାରତୀୟ ସେନାରେ ଯୋଗ ଦେବେ। ତେବେ ଅଭିନୟ ନିଶା ତାଙ୍କୁ ପୁଣି ପୂର୍ବ ସ୍ଵପ୍ନକୁ ଫେରାଇ ନେଇଥିଲା। ନିଶା କେବେ ପେସାରେ ପରିଣତ ହେଇଗଲା ଜଣାପଡ଼ି ନଥିଲା ବୋଲି କୁହନ୍ତି ଅଶ୍ରୁମୋଚନ ମହାନ୍ତି।
“ଓଡ଼ିଆ ସିନେମା ‘ଚକା ଆଖି ସବୁ ଦେଖୁଛି’ ମୋ ଜୀବନର ଏକ ନିଆରା ଅନୁଭୂତି। ଏହି ଫିଲ୍ମରେ ଗୋଟିଏ ଚରିତ୍ର ବଲିଉଡ ଅଭିନେତା ଓମ୍ ପୁରୀ କରିବାର ଥିଲା। କୌଣସି କାରଣରୁ ସେ ଆସିଲେନି। ମତେ ସେଇ ଚରିତ୍ର କରିବାର ସୁଯୋଗ ମିଳିଥିଲା’’, କହିଛନ୍ତି ଅଭିନେତା ଅଶ୍ରୁମୋଚନ ମହାନ୍ତି।
ନିଜ ସ୍ଵପ୍ନ, ଅଭିନୟ ଜୀବନ ଓ ସଂଘର୍ଷ ବିଷୟରେ ଓଡ଼ିଶାଲାଇଭ୍ ସାକ୍ଷାତକାରରେ କହିଛନ୍ତି ଅଭିନେତା ଅଶ୍ରୁମୋଚନ ମହାନ୍ତି। ଦେଖନ୍ତୁ ଭିଡିଓ।
Tags: #FromMakeupManToActor #EmotionalJourney #TearsOfSuccess #OdiaCinema #Actor


















