ଓଡ଼ିଶାଲାଇଭ୍ ବ୍ୟୁରୋ

ବାଲେଶ୍ଵର ଏଫଏମ କଲେଜ ଛାତ୍ରୀଙ୍କ ଘଟଣାକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ପୁରୀ ଜିଲ୍ଲା ପିପିଲି ବଳଙ୍ଗା ଥାନା ଅଞ୍ଚଳରେ ଘଟିଛି ଆଉ ଏକ ଅଭାବନୀୟ ଘଟଣା। ଜଣେ ଯୁକ୍ତ ୨ ଛାତ୍ରୀଙ୍କ ଦେହରେ କିରୋସିନି ଢାଳି ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ।

ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ଵରସ୍ଥିତ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଛାତ୍ରୀଙ୍କ ଶରୀରର ପ୍ରାୟ ୬୦ ପ୍ରତିଶତ ପୋଡ଼ିଯାଇଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଛାତ୍ରୀ ଜଣକ ସାଇକେଲରେ ଯାଉଥିବା ବେଳେ ବାଟରେ ୩ ଜଣ ଯୁବକ ତାଙ୍କୁ ଅଟକାଇ ଥିଲେ। ପରେ ଛାତ୍ରୀଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଛାତ୍ରୀ ଜଣଙ୍କ ଜୀବନ ବିକଳନରେ ସ୍ଥାନୀୟ ଗାଁକୁ ପଶି ଆସିଥିଲେ। ଗାଁ ଲୋକଙ୍କ ଆଶ୍ରୟ ଲୋଡ଼ିଥିଲେ। ତେବେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ଘଟଣାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ତୁରନ୍ତ ଦୋଷୀକୁ ଗିରଫ କରିବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି। ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପୀଡ଼ିତାଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ସେ କହିଛନ୍ତି।

ତେବେ କିଏ ଓ କାହିଁକି ଛାତ୍ରୀଙ୍କ ଦେହରେ ନିଆଁ ଲଗାଇଲା ସେ ସମ୍ପର୍କରେ ଜାଣିବା ପାଇଁ ଆରମ୍ଭ ହୋଇଛି ପୋଲିସର ତନାଘନା।

Tags: #Pipili #GirlStudent #Attack #Treatment #BurningCase #Puri

Comment