ଓଡ଼ିଶାଲାଇଭ୍ ବ୍ୟୁରୋ

ବାଲେଶ୍ଵର ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ପୁରୀ ଜିଲ୍ଲା ବଳଙ୍ଗାରେ ଘଟିଥିବା ଘଟଣା ଜଳୁଥିବା ନିଆଁରେ ଘିଅ ଢାଳିବା ଭଳି ହୋଇଛି। ତିନି ଦୁର୍ବୃତ୍ତ ଶନିବାର ଦିନ ଜଣେ ନାବାଳିକାଙ୍କ ଦେହରେ ନିଆଁ ଲଗାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ଵର ଏମ୍ସ ହସ୍ପିଟାଲେ ଭର୍ତ୍ତି କରାଯାଇଥିଲା।

ତେବେ ଅବସ୍ଥା ସଙ୍କଟାପନ୍ନ ହେବାରୁ ନାବାଳିକାଙ୍କୁ ଭୁବନେଶ୍ଵର ଏମ୍ସରୁ ଏୟାର୍‌ଲିଫ୍ଟ କରାଯାଇ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି। ନାବାଳିକାଙ୍କ ଶରୀରର ପ୍ରାୟ ୭୫ ପ୍ରତିଶତ ପୋଡ଼ି ଯାଇଛି। ଅକ୍ସିଜେନ ସପୋର୍ଟରେ ଦିଲ୍ଲୀ ଏମ୍ସର ବର୍ଣ୍ଣ ଓ ପ୍ଲାଷ୍ଟିକ ସର୍ଜରୀ ୟୁନିଟ ଆଇସିୟୁରେ ତାଙ୍କର ଚିକିତ୍ସା ଚାଲିଥିବା ସୂଚନା ମିଳିଛି।

ନାବାଳିକା ଜଣକ ରାସ୍ତାରେ ଯାଉଥିବା ବେଳେ ତାଙ୍କ ଦେହରେ ତିନିଜଣ ଯୁବକ ତାଙ୍କୁ ଅଟକାଇ ପେଟ୍ରୋଲ ଢାଳି ତାଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ। ଜୀବନ ବିକଳରେ ନାବାଳିକା ଜଣକ ପାଖ ଗାଁକୁ ପଳାଇ ଆସିବା ଜୀବନ ବଞ୍ଚାଇବାକୁ ଗୁହାରି କରିଥିଲେ। ତାଙ୍କୁ ପରେ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଥିଲା। ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ତନାଘନା ଚଳାଇଛି ପୁରୀ ପୋଲିସ। ଏହାକୁ ନେଇ ସାରା ରାଜ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି।

Tags: #Attack #BalangaCase #Treatment #AIIMSDelhi

Comment