ଓଡ଼ିଶାଲାଇଭ୍ ବ୍ୟୁରୋ

ଐତିହାସିକମାନଙ୍କ ମତରେ ଗଙ୍ଗବଂଶର ରାଜା ଅନନ୍ତବର୍ମଣ ଚୋଡ଼ଗଙ୍ଗ ଦେବଙ୍କ ଅକ୍ଷୟ କୀର୍ତି ହେଉଛି ପୁରୀ ଶ୍ରୀମନ୍ଦିର। କେବଳ ଅଧ୍ୟାତ୍ମିକ ଦୃଷ୍ଟିକୋଣରୁ ନୁହେଁ, ଉତ୍କଳୀୟ ସ୍ଥାପତ୍ୟ କଳାର ଏହା ହେଉଛି ଅନନ୍ୟ ନିଦର୍ଶନ।

ମାଦଳା ପାଞ୍ଜିର ବର୍ଣ୍ଣନାନୁସାରେ ସୋମବଂଶୀ ରାଜା ଯଯାତିକେଶରୀଙ୍କ ଦ୍ୱାରା ଶ୍ରୀମନ୍ଦିର ନିର୍ମାଣ ହୋଇଥିଲା। ଏହି ମନ୍ଦିର ଏତେ ବଡ଼ ନଥିଲା ଏବଂ ସମୟକ୍ରମେ ଏହା ଜରାଜୀର୍ଣ୍ଣ ହୋଇଯାଇଥିଲା। ଦ୍ଵାଦଶ ଶତାବ୍ଦୀରେ ଭବ୍ୟ ତଥା ବିଶାଳ ଶ୍ରୀମନ୍ଦିର ନିର୍ମାଣ କରିଥିଲେ ରାଜା ଚୋଡ଼ଗଙ୍ଗ ଦେବ।

ଅନେକ ଥର ଆକ୍ରମଣର ସମ୍ମୁଖୀନ ହୋଇଛି ଶ୍ରୀମନ୍ଦିର। ଗବେଷକମାନଙ୍କ ମତରେ ୧୮ରୁ ଅଧିକ ଥର ଶ୍ରୀମନ୍ଦିର ଉପରେ ଆକ୍ରମଣ ଓ ଲୁଣ୍ଠନ କରାଯାଇଛି। ମାଦଳାପାଞ୍ଜି ଅନୁଯାୟୀ, ଶ୍ରୀଜଗନ୍ନାଥ ମନ୍ଦିର ଉପରେ ପ୍ରଥମ ଆକ୍ରମଣ କରିଥିଲା ରକ୍ତବାହୁ। ସବୁଠୁ ଭୟାନକ ଥିଲା କଳାପାହାଡ଼ର ଆକ୍ରମଣ। ଏ ସମ୍ପର୍କରେ ମଧ୍ୟ ମାଦଳାପାଞ୍ଜିରେ ବର୍ଣ୍ଣନା ରହିଛି।

Tags: #JagannathTemple #Puri #HistoryOfJagannathTemple

Comment