ଓଡ଼ିଶାଲାଇଭ୍ ବ୍ୟୁରୋ

ଦିଲ୍ଲୀ ଏମ୍ସ ହସ୍ପିଟାଲ ବେଡରେ ଚିକିତ୍ସିତ ହେଉଛନ୍ତି ବଳଙ୍ଗା ପୀଡ଼ିତା। ଘଟଣାକୁ ୪ ଦିନ ହୋଇଥିଲେ ମଧ୍ୟ ଦୁର୍ବୃତ୍ତଙ୍କ ଟେର ପାଇପାରୁନି ପୋଲିସ। ଏପଟେ କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ ବଳଙ୍ଗାରେ ପହଞ୍ଚି ଆରମ୍ଭ କରିଛନ୍ତି ତନାଘନା। ସ୍ପେସାଲ ସ୍କ୍ଵାର୍ଡର ୩ଟି ଟିମ୍ ମଧ୍ୟ ତଦନ୍ତ କରୁଛନ୍ତି।

ସନ୍ଦେହ ଘେରରେ ରହିଥିବା ୨୦ ଜଣଙ୍କ ମୋବାଇଲ ଟ୍ରାକ୍ କରୁଛି ସାଇବର ପୋଲିସ। ପାର୍ସଲ ଡିଲିଭରି କରୁଥିବା ସଂସ୍ଥାଗୁଡ଼ିକ ସହ ପଚରାଉଚରା ଜାରି ରଖିଛି ପୋଲିସ। ଏପଟେ ପୀଡ଼ିତାଙ୍କ ବୟାନ ରେକର୍ଡ କରିବାକୁ ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି ପୋଲିସ ଟିମ୍।

ବଳଙ୍ଗା ପୀଡ଼ିତାଙ୍କର ଶରୀରର ପ୍ରାୟ ୭୫ ପ୍ରତିଶତ ପୋଡ଼ିଯାଇଛି। ଏମ୍ସରେ ପୀଡ଼ିତାଙ୍କ ସ୍କିନ ଟ୍ରାନ୍ସପ୍ଲାଣ୍ଟ ହୋଇଛି। ତାଙ୍କ ସ୍ଵାସ୍ଥ୍ୟାବସ୍ଥା ଭଲ ଅଛି ବୋଲି ଡାକ୍ତରଖାନା ପକ୍ଷରୁ କୁହାଯାଇଛି।

ପୁରୀ ଜିଲ୍ଲା ପିପିଲି ବଳଙ୍ଗା ଥାନା ଅଞ୍ଚଳରେ ଜୁଲାଇ ୧୯ ତାରିଖରେ ଜଣେ ନାବାଳିକାଙ୍କ ରାସ୍ତାରେ ଅଟକାଇ ୩ ଜଣ ଦୁର୍ବୃତ୍ତ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ଵରସ୍ଥିତ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଦିଲ୍ଲୀ ଏମ୍ସ ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଥିଲା।

Tags: #Pipili #Attack #Treatment #BurningCase #Puri

Comment