ଓଡ଼ିଶାଲାଇଭ୍ ବ୍ୟୁରୋ
ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଛନ୍ତି ଜଗଦୀପ ଧନଖଡ଼। ସ୍ଵାସ୍ଥ୍ୟଗତ କାରଣ ଦର୍ଶାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ସେ ନିଜର ଇସ୍ତଫା ପତ୍ର ପଠାଇଛନ୍ତି। ତାଙ୍କ କାର୍ଯ୍ୟକାଳ ଅଗଷ୍ଟ ୨୦୨୭ରେ ଶେଷ ହେବାକୁ ଥିଲା। ପାଖାପାଖି ୨ବର୍ଷ ପୂର୍ବରୁ ହଠାତ୍ ସେ କାହିଁକି ଇସ୍ତଫା ଦେଲେ, ଏନେଇ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ।
କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, ସୋମବାର ସଂସଦରେ ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଅଧ୍ୟକ୍ଷତା କରିଥିଲେ ଜଗଦୀପ ଧନଖଡ଼। ସଦନର ବିଭିନ୍ନ ବୈଠକରେ ମଧ୍ୟ ସାମିଲ ହୋଇଥିଲେ। ତେବେ ହଠାତ୍ କାହିଁକି ସେ ଏଭଳି ନିଷ୍ପତ୍ତି ନେଲେ, ତାହା ସନ୍ଦେହଜନକ।
ସେହିପରି ସିପିଆଇ ସାଂସଦ ପି.ସନ୍ତୋଷ କୁମାର କହିଛନ୍ତି ଯେ ଏପରି ଇସ୍ତଫା ଅପ୍ରତ୍ୟାଶିତ। ଏହା ପଛରେ ଥିବା ମୂଳ କାରଣ ବାହାରକୁ ଆସିବା ଦରକାର। ତେବେ ଇସ୍ତଫା ଦେବାକୁ ତାଙ୍କ ଉପରେ ଚାପ ରହିଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।
Tags: #Politics #IndianPolitics #JagdeepDhankhar #Resign #BJP

















