ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ନାରୀ ସୁରକ୍ଷା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ। ସରକାରଙ୍କ ବିରୋଧରେ ରଣହୁଙ୍କାର ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, “ସରକାର ଭାଙ୍ଗିବା ପାଇଁ ମୁଖ୍ୟ ବିରୋଧୀ ଦଳ ବିଜେଡି ଅନାସ୍ଥା ପ୍ରସ୍ତାବ ଆଣୁ, ଆମେ ତାକୁ ସମର୍ଥନ କରିବୁ।”
ପିସିସି ସଭାପତି କହିଛନ୍ତି, ରାଜ୍ୟରେ ନାରୀ ସୁରକ୍ଷିତ ନଥିବାବେଳେ ସରକାର ନିରବଦ୍ରଷ୍ଟା ସାଜିଛନ୍ତି। ସରକାରଙ୍କୁ ଏକ ବର୍ଷ ବିତିଥିଲେ ମଧ୍ୟ ମହିଳା କମିଶନ ଗଠନ ହୋଇପାରିଲା ନାହିଁ। ଏଭଳି ସରକାର କ୍ଷମତାରେ ରହିବା ଉଚିତ ନୁହେଁ ବୋଲି ସେ କହିଛନ୍ତି।
ଯଦି ପ୍ରକୃତରେ ନାରୀକୁ ନ୍ୟାୟ ଦେବା ପାଇଁ ବିଜେଡିର ଆନ୍ତରିକତା ରହିଛି, ତେବେ ବିଧାନସଭାରେ ସରକାରଙ୍କ ବିରୋଧରେ ଅନାସ୍ଥା ଆଣୁ। ନଚେତ୍ କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଣିବ, ବିଜେଡି ତାକୁ ସମର୍ଥନ କରୁ ବୋଲି ଆହ୍ୱାନ ଦେଇଛନ୍ତି ଭକ୍ତ ଚରଣ ଦାସ।
Tags: #Politics #OdishaPolitics #Congress #NoConfidenceMotion #Odisha

















