ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ପ୍ରଶାସନିକ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି। ଏକାଥରକେ ୪୭ ଜଣ ଆଇଏଏସ୍ ଅଧିକାରୀଙ୍କ ବଦଳି କରିଛନ୍ତି ରାଜ୍ୟ ସରକାର। ଖୋର୍ଦ୍ଧା, ପୁରୀ, ଗଞ୍ଜାମ ସମେତ ୧୬ଟି ଜିଲ୍ଲାରେ ନୂଆ ଜିଲ୍ଲାପାଳଙ୍କୁ ନିଯୁକ୍ତ କରାଯାଇଛି।

ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମାଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ଦାୟିତ୍ଵ ଦିଆଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୀବ କୁମାର ମିଶ୍ରଙ୍କୁ ଅର୍ଥ ବିଭାଗକୁ ବଦଳି କରାଯାଇଛି। ସେ ଇଡକୋର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ଵ ତୁଲାଇବେ।

ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଏନ୍‌ବିଏସ୍‌ ରାଜପୁତଙ୍କୁ ସରକାରୀ ଉଦ୍ୟୋଗ ବିଭାଗକୁ ବଦଳି କରାଯାଇଛି। ସେ ଓଏସଆରଟିସିର ସିଏମଡି ଭାବେ ଅତିରିକ୍ତ ଦାୟିତ୍ଵରେ ରହିବେ। ତାଙ୍କ ସ୍ଥାନରେ ଦକ୍ଷିଣାଞ୍ଚଳ ରାଜସ୍ଵ କମିଶନର ରୂପାରୋଶନ ସାହୁ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି।

ସେହିପରି କ୍ରୀଡ଼ା ବିଭାଗର ପ୍ରମୁଖ ସଚିବ ଥିବା ଭାସ୍କର ଜ୍ୟୋତି ଶର୍ମାଙ୍କୁ ଅବକାରୀ ବିଭାଗକୁ ବଦଳି କରାଯାଇଛି। ସେ ଓପିଟିସିଏଲର ସିଏମଡି ଭାବେ ଅତିରିକ୍ତ ଦାୟିତ୍ଵରେ ରହିବେ। ଉତ୍ତରାଞ୍ଚଳ ଆରଡିସି ସଚିନ ରାମଚନ୍ଦ୍ର ଯାଦବଙ୍କୁ କ୍ରୀଡ଼ା ବିଭାଗର ସଚିବ ଭାବେ ନିଯୁକ୍ତି ମିଳିଛି।

ଏହା ସହ ଇପିକଲ୍‌ର ପରିଚାଳନା ନିର୍ଦ୍ଦେଶକ ଭୂପେନ୍ଦ୍ର ସିଂହ ପୁନିଆଙ୍କୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିକାଶ ବିଭାଗର କମିଶନର ତଥା ସଚିବ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ଏହା ସହ ସେ ଇପିକଲର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ଵରେ ରହିବେ।

ସେହିପରି କେନ୍ଦ୍ରାଞ୍ଚଳ ଆରଡିସି ବି ପରମେଶ୍ଵରନଙ୍କୁ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ସଚିବ ଭାବେ ନୂଆ ନିଯୁକ୍ତି ମିଳିଛି। ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗର ସଚିବ ଗୁହା ପୁନମ ତାପସ କୁମାର ଅତିରିକ୍ତ ଭାବେ କେନ୍ଦ୍ରାଞ୍ଚଳ ଆରଡିସି ଦାୟିତ୍ଵରେ ରହିବେ। ଶିଳ୍ପ ବିଭାଗର ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ରେଡ୍ଡୀଙ୍କୁ ଏମଏସଏମଇ ବିଭାଗର ସଚିବ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ସେ ଇଡକୋ ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ଵ ତୁଲାଇବେ।

ଏହା ସହିତ ଶ୍ରମ କମିଶନର ଇନ୍ଦ୍ରମଣି ତ୍ରିପାଠୀ ଫ୍ୟାକ୍ଟ ଓ ବଏଲର ଇନ୍ସପେକ୍ଟର ଭାବେ ଅତିରିକ୍ତ ଦାୟିତ୍ଵ ନିର୍ବାହ କରିବେ। ଯୋଜନା ଓ ସଂଯୋଜନା ବିଭାଗର ଅତିରିକ୍ତ ଶାସନ ସଚିବ ମନୀଷ ଅଗ୍ରଓ୍ଵାଲଙ୍କୁ ଅତିରିକ୍ତ ସ୍ଵତନ୍ତ୍ର ରିଲିଫ କମିଶନର ଭାବେ ଦାୟିତ୍ଵ ମିଳିଛି। ସେହିପରି ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଦକ୍ଷିଣାଞ୍ଚଳ ଆରଡିସି ଭାବେ ନିଯୁକ୍ତି ମିଳିଥିବା ବେଳେ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ସଚିବ ଦେବେନ କୁମାର ପ୍ରଧାନଙ୍କୁ ଓଡ଼ିଶା ରାଜ୍ୟ ପାନୀୟ ନିଗମର ପରଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର।

ସେହିପରି ସାଧାରଣ ପ୍ରଶାସନ ବିଭାଗର ଓଏସଡି ଥିବା ସିଦ୍ଧାର୍ଥ ଶଙ୍କର ସ୍ଵାଇଁଙ୍କୁ ପଞ୍ଚାୟତିରାଜ ବିଭାଗର ସ୍ଵତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି। ଏହା ସହ ପଞ୍ଚାୟତିରାଜ ବିଭାଗର ଅତିରିକ୍ତ ସଚିବ ଚକ୍ରବର୍ତ୍ତୀ ସିଂହ ରାଠୋରଙ୍କୁ ବୈଷୟିକ ଶିକ୍ଷା ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି। ଯୋଜନା ଓ ସଂଯୋଜନ ବିଭାଗର ଅତିରିକ୍ତ ସଚିବ ଓ୍ଵାଇ ବିଜୟଙ୍କୁ କ୍ରୀଡ଼ା ନିର୍ଦ୍ଦେଶକ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ନିର୍ଦ୍ଦେଶିକ ଭାବି ନିଯୁକ୍ତି ମିଳିଛି। ନିୟତି ପଟ୍ଟନାୟକଙ୍କୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଭାନେ ନିଯୁକ୍ତ କରାଯାଇଛି।

ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗର ଅତିରିକ୍ତ ସଚିବ ମଧୁମିତା ରଥଙ୍କୁ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ମିଳିଥିବା ବେଳେ ସଂସଦୀୟ ବ୍ୟାପାର ବିଭାଗର ଅତିରିକ୍ତ ସଚିବ ପ୍ରତାପ ଚନ୍ଦ୍ର ହୋତାଙ୍କୁ ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗର ଅତିରିକ୍ତ ସଚିବ ଭାବେ ଦାୟିତ୍ଵ ମିଳିଛି। ସେହିପରି ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ସାଗରିକା ହୋତାଙ୍କୁ ଅର୍ଥ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର।

ସେହିପରି ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାଶଙ୍କୁ ସ୍ଵାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ମିଳିଛି। କେନ୍ଦ୍ରାପଡ଼ା ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ସଚିବ ଦାୟିତ୍ଵ ମିଳିଥିବା ବେଳେ ରାୟଗଡ଼ା ଜିଲ୍ଲାପାଳ ପରୁଲ ପୁଟଓ୍ଵାରିଙ୍କୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି।

ଏହା ସହ ଝାରସୁଗୁଡ଼ା ଜିଲ୍ଲାପାଳ ଜିଲ୍ଲାପାଳ ଆବୋଲି ସୁନୀଲ ନରଭଣେଙ୍କୁ ଶିଳ୍ପ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଥିବା ବେଳେ ବୌଦ୍ଧ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କୁ ମୃତ୍ତିକା ସଂରକ୍ଷଣ ଓ ଜଳଛାୟା ବିକାଶ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି। ଯାଜପୁର ଜିଲ୍ଲାପାଳ ପି ଅନ୍ଵେଷା ରେଡ୍ଡୀଙ୍କୁ ଅବକାରୀ କମିଶନର ଭାବେ ନିଯୁକ୍ତି ମିଳିଥିବା ବେଳେ ସୋନପୁର ଜିଲ୍ଲାପାଳ ଅନ୍ୟା ଦାସଙ୍କୁ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଉପସଚିବ ଭାବେ ଦାୟିତ୍ଵ ମିଳିଛି।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ନିର୍ଦ୍ଦେଶକ ରଘୁରାମ ଆର ଆୟରଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଭାବେ ନୂଆ ନିଯୁକ୍ତି ମିଳିଛି। ସେହିପରି ପଞ୍ଚାୟତିରାଜ ନିର୍ଦ୍ଦେଶକ ମହେଶ୍ଵର ସ୍ଵାଇଁଙ୍କୁ ନବରଙ୍ଗପୁର ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଥିବା ବେଳେ ଅମୃତ ଋତୁରାଜଙ୍କୁ ଖୋର୍ଦ୍ଧ ଜିଲ୍ଲାପାଳ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ସେ କନ୍ଧମାଳ ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିଲେ।

ସେହିପରି ଗଞ୍ଜାମ ଜିଲ୍ଲାପାଳା ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ପୁରୀ ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଥିବା ବେଳେ ଢେଙ୍କାନାଳ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କୁ ମାଲକାନଗିରି ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି। ଏହା ସହ ମାଲକାନଗିରି ଜିଲ୍ଲାପାଳ ଆଶିଷ ଈଶ୍ଵର ପାଟିଲଙ୍କୁ ଢେଙ୍କାନାଳ ଜିଲ୍ଲାପାଳ ଭାବେ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର।

ନବରଙ୍ଗପୁର ଜିଲ୍ଲାପାଳ ଶୁଭଙ୍କର ମହାପାତ୍ରଙ୍କୁ ସୁନ୍ଦରଗଡ଼ ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଥିବା ବେଳେ କୋରାପୁଟ ଜିଲ୍ଲାପାଳ କୀର୍ତ୍ତି ଭାସନ ଭିଙ୍କୁ ଗଞ୍ଜାମ ଜିଲ୍ଲାର ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି। ସେହିପରି ସୁନ୍ଦରଗଡ଼ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କୁ କୋରାପୁଟ ଜିଲ୍ଲାପାଳ ଭାବେ ବଦଳି କରାଯାଇଥିବା ବେଳେ ସମ୍ବଲପୁର ମହାନଗର ନିଗମ କମିଶନର ବେଦଭୂଷଣଙ୍କୁ କନ୍ଧମାଳ ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି। ରାଉରକେଲା ଏଡିଏମ କୁଲକର୍ଣ୍ଣି ଆଶୁତୋଷ ସିଙ୍କୁ ରାୟଗଡ଼ା ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଥିବା ବେଳେ ଗଞ୍ଜାମ ଜିଲ୍ଲାପରିଷଦର ନିର୍ବାହୀ ଅଧିକାରୀ ମଧୁମିତାଙ୍କୁ ଗଜପତି ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି। ପଦ୍ମପୁର ଏଡିଏମ ଛବନ କୁନାଲ ମୋତିରାମଙ୍କୁ ଝାରସୁଗୁଡ଼ା ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଥିବା ବେଳେ ମୟୂରଭଞ୍ଜ ଏଡିଏମ ବିଭୂତି ଭୂଷଣ ନାୟକଙ୍କୁ ବୌଦ୍ଧ ଜିଲ୍ଲାପାଳ ଭାବେ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର।

ସେହିପରି ସମ୍ବଲପୁର ବିଶ୍ଵବିଦ୍ୟାଳୟର ରେଜିଷ୍ଟ୍ରାର ନୃପରାଜ ସାହୁଙ୍କୁ ସୋନପୁର ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଥିବା ବେଳେ ଅବକାରୀ ବିଭାଗ ସ୍ଵତନ୍ତ୍ର ସଚିବ ଅମ୍ବର କୁମାର କରଙ୍କୁ ଯାଜପୁର ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି।

ଏହା ସହ ପୁରୀ ଜିଲ୍ଲାପାଳ ଚଞ୍ଚଳ ରଣାଙ୍କୁ ଭୁବନେଶ୍ଵର ମହାନଗର ନିଗମ କମିଶନର ଭାନେ ନିଯୁକ୍ତି ମିଳିଥିବା ବେଳେ ଗୁଣପୁର ଉପଜିଲ୍ଲାପାଳ କିରଣଦୀପ କୌର ସହୋଟାଙ୍କୁ କଟକ ମହାନଗର ନିଗମ କମିଶନର ଭାବେ ନିଯୁକ୍ତି ମିଳିଛି। ସେହିପରି ଟିଟିଲାଗଡ଼ ଉପଜିଲ୍ଲାପାଳ ରେହାନ ଖତ୍ରିଙ୍କୁ ସମ୍ବଲପୁର ମହାନଗର ନିଗମର କମିଶନର ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର।

Tags: #IASReshuffle #OdishaGovt #IASOfficer #Odisha

Comment