ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ହେଉଛି ଚିତାଲାଗି ଅମାବାସ୍ୟା। ଏହି ଦିନ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚିତା ଲାଗି ନୀତି ଅନୁଷ୍ଠିତ ହୋଇଥାଏ। ପ୍ରଥମ ଭୋଗ ମଣ୍ଡପ ସରିବା ଏହି ନୀତି ସମ୍ପନ୍ନ ହେବ।
ଦଇତା ସେବକମାନେ ତିନି ଠାକୁରଙ୍କୁ ଚିତା ଲାଗି କରାଇବେ। ପରମ୍ପରା ଅନୁସାରେ ଶ୍ରୀମନ୍ଦିରରେ ଚିତାଲାଗି ଅମାବାସ୍ୟା ଦିନ ଶ୍ରୀଜିଉଙ୍କୁ ଚିତାଲାଗି କରାଯାଇଥାଏ। ବିଭିନ୍ନ ରତ୍ନ ଅଳଙ୍କାରରେ ନିର୍ମିତ ସୁଶୋଭିତ ଚିତା ମହାପ୍ରଭୁଙ୍କ ମସ୍ତକରେ ଲାଗି ହୋଇଥାଏ।
ରଥ ଯାତ୍ରା ପରେ ନିଳାଦ୍ରୀବିଜେରେ ମହାପ୍ରଭୁ ରତ୍ନସିଂହାସନକୁ ବିଜେ କରିବା ପରେ ଏହି ଚିତାଲାଗି ଅମାବାସ୍ୟା ତିଥିରେ ଦଇତା ସେବକ ମହାପ୍ରଭୁଙ୍କଠାରେ ଚିତା ଲାଗି କରିଥାନ୍ତି।
ତେବେ ଏହି ସେବା ନୀତି ଅତ୍ୟନ୍ତ ଗୁପ୍ତ ଭାବେ ସମ୍ପାଦନ କରାଯାଇଥାଏ। ଏହି ସମୟରେ ପ୍ରତିବର୍ଷ ଭକ୍ତଙ୍କ ପାଇଁ ସାଧାରଣ ଦର୍ଶନ ବନ୍ଦ କରାଯାଏ। ଆଜି ଦିନ ୨ଟାରୁ ସନ୍ଧ୍ୟା ସାଢ଼େ ୬ଟା ଯାଏଁ ଦର୍ଶନ ବନ୍ଦ ରହିବ।
Tags: #ChitalagiAmabasya #Rituals #Shrimandir #Puri #ShriJagannath
















