ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତର ବିଲ୍‌ ଗେଟସ୍‌ ଭାବେ ପରିଚିତ, ବିଶିଷ୍ଟ ଶିଳ୍ପପତି ତଥା ଆଇଟି କମ୍ପାନି ଓ୍ୱିପ୍ରୋର ପ୍ରତିଷ୍ଠାତା ପଦ୍ମଭୂଷଣ ଅଜୀମ ହାସିମ ପ୍ରେମଜୀ ୮୦ ବର୍ଷ ବୟସରେ ପାଦ ଦେଇଛନ୍ତି।

୧୯୪୫ ଜୁଲାଇ ୨୪ ତାରିଖରେ ବମ୍ବେରେ ଜନ୍ମଗ୍ରହଣ କରିଥିଲେ ଅଜୀମ ପ୍ରେମଜୀ। ତାଙ୍କ ବାପା ମହମ୍ମଦ ହାସମ ପ୍ରେମଜୀ ଜଣେ ବ୍ୟବସାୟୀ ଥିଲେ। ଆମେରିକାର ଷ୍ଟାନଫୋର୍ଡ ୟୁନିଭର୍ସିଟିରେ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ କରୁଥିଲେ ଅଜୀମ ପ୍ରେମଜୀ। ବାପାଙ୍କ ମୃତ୍ୟୁ ପରେ ପାଠପଢ଼ା ଛାଡ଼ି ଭାରତ ଫେରିଆସିଲେ।

ଭାରତ ଆସିବା ପରେ ବାପାଙ୍କ ବ୍ୟବସାୟ ସମ୍ଭାଳିଲେ ଅଜୀବ। ସେତେବେଳେ ତାଙ୍କ କମ୍ପାନି ଭେଜିଟେବୁଲ ଅଏଲ ତିଆରି କରୁଥିଲା। ପରେ ଏହି କମ୍ପାନି ‘ଓ୍ୱିପ୍ରୋ’ ନାଁରେ ଆଇଟି କ୍ଷେତ୍ରରେ ପ୍ରବେଶ କରି ସ୍ୱତନ୍ତ୍ର ପରିଚୟ ସୃଷ୍ଟି କଲା। ୨୦୦୫ ମସିହାରେ ସାମାଜିକ କାର୍ଯ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିଲେ ଅଜୀମ ପ୍ରେମଜୀ।

Tags: #AzimPremji #WiproFounder

Comment