ଓଡ଼ିଶାଲାଇଭ୍ ବ୍ୟୁରୋ
ନକଲି କମ୍ପାନି, ନକଲି ପ୍ରଡକ୍ଟ ଭଳି ନକଲି ଦୂତାବାସର ପର୍ଦ୍ଧାଫାସ ହୋଇଛି। ଉତ୍ତରପ୍ରଦେଶ ସ୍ପେସାଲ ଟାସ୍କ ଫୋର୍ସ ବା ଏସ୍ଟିଏଫର ଅଧିକାରୀମାନେ ଗାଜିଆବାଦରେ ଥିବା ନକଲି ଦୂତାବାସଗୁଡ଼ିକର ପର୍ଦ୍ଦାଫାସ କରିଛନ୍ତି।
ହର୍ଷବର୍ଦ୍ଧନ ଜୈନ ନାମକ ଜଣେ ବ୍ୟକ୍ତି ନିଜକୁ ଓ୍ଵେଷ୍ଟ-ଆର୍କଟିକା, ସବୋର୍ଗା, ପୋଲଭିଆ ଆଦି ଦେଶର ରାଷ୍ଟ୍ରଦୂତ କହି ଏହାକୁ ଚଳାଉଥିଲେ। ଯେଉଁ ନାମର ଦେଶ ସାରା ବିଶ୍ୱରେ ନାହିଁ।
ଏସ୍ଟିଏଫର ଅଧିକାରୀ ଏହି ନକଲି ଦୂତାବାସଗୁଡ଼ିକର ଖୁଲାସା କରିବା ସହ ସେଠାରୁ ଅନେକ ଡିପ୍ଲୋମାଟିକ ନମ୍ବର ପ୍ଲେଟ୍, ଲଗଜୁରି ଗାଡ଼ି ଜବତ କରିଛି। ଏଥିସହ ବିଡ଼ା ବିଡ଼ା ନୋଟ, ବିଦେଶୀ ମୁଦ୍ରା ଓ ନକଲି ପାସପୋର୍ଟ ପରି ଅବୈଧ ସାମଗ୍ରୀ ମଧ୍ୟ ଜବତ କରିଛି।
ତେବେ ହର୍ଷବର୍ଦ୍ଧନ ସ୍ଥାନୀୟ ଲୋକଙ୍କ ବିଶ୍ୱାସଭାଜନ ହେବାକୁ ବିଭିନ୍ନ ଦେଶର ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ସହ ନକଲି ଫଟୋଗୁଡ଼ିକୁ ଏହି ନକଲି ଦୂତାବାସରେ ଲଗାଇଥିଲେ। ସେ ଦେଶ ଏବଂ ବିଦେଶରେ ଏକ ବଡ଼ ରାକେଟ ଚଲାଉଥିଲେ ବୋଲି କୁହାଯାଉଛି।
Tags: #FakeEmbassy #FakeOffice #Ghaziabad








