ଓଡ଼ିଶାଲାଇଭ୍ ବ୍ୟୁରୋ

(କୃଷ୍ଣ କୁମାର ମହାନ୍ତି): ଭୁବନେଶ୍ଵରସ୍ଥିତ ଗୀତଗୋବିନ୍ଦ ସଦନରେ ଦେବବ୍ରତ ଦାସ ଏବଂ ଅବିନାଶ ସାହୁଙ୍କ ମିଳିତ ଉଦ୍ୟମରେ ଆୟୋଜିତ ହୋଇଯାଇଛି ସାହିତ୍ୟ କାର୍ଯ୍ୟକ୍ରମ ‘ହର୍ଷେ ଇ’। ବରିଷ୍ଠ କବି ମମତା ଦାଶ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ।
ଗାଳ୍ପିକ ଦେବବ୍ରତ ଦାସ ସ୍ଵାଗତ ଭାଷଣ ଦେଇ ‘ହର୍ଷେ ଇ’ର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ। ‘ହର୍ଷେ ଇ’ ଉତ୍ସବରେ ୬ ଜଣ ଯୁବ କବି ଶ୍ରୀସିକ୍ତା ଶୁଭଦର୍ଶନୀ, ମନୀଷା ବିଶ୍ୱାଳ, ଐଶୂର୍ଯ୍ୟା ରାଉତ, ମହାଦେବ ପ୍ରଧାନ, ନାରାୟଣ ସାହୁ ଏବଂ ବୀରେନ୍ଦ୍ର ନାୟକଙ୍କ ପ୍ରଥମ ବହିକୁ ନେଇ ଆଲୋଚନା କରିଥିଲେ ସେନାପତି ପ୍ରଦ୍ୟୁମ୍ନ କେଶରୀ, ରକ୍ଷକ ନାୟକ, ସୂର୍ଯ୍ୟ ମିଶ୍ର, ଅପର୍ଣ୍ଣା ମହାନ୍ତି, ମମତା ଦାଶ ଏବଂ ଶୁଭଶ୍ରୀ ଲେଙ୍କା। କବି ଶକ୍ତି ମହାନ୍ତି, ଦେବଦତ୍ତ ପତି, ମନୁଆ ଦାସ, ପ୍ରବୀଣା ମହାନ୍ତି, ଶୁଭଶ୍ରୀ ଶୁଭସ୍ମିତା ମିଶ୍ର ଏବଂ ପ୍ରତୀକ୍ଷା ଜେନା ନିଜ କବିତା ଆବୃତ୍ତି କରିବା ସହିତ କବିତା ଆବୃତ୍ତିର କଳାତ୍ମକ ଦିଗ ଉପରେ ମତ ରଖିଥିଲେ। କବି ଅମିୟ ରଞ୍ଜନ ମହାପାତ୍ର, କବି ଗୁରୁ ମହାନ୍ତିଙ୍କର ଏକ କବିତା ପାଠ କରିଥିଲେ।
ଏହି ଅଭିନବ ଉତ୍ସବରେ ବରିଷ୍ଠ, ବରେଣ୍ୟ ଏବଂ ଯୁବ ଲେଖକ, ଲେଖିକା ଓ କବିମାନେ ଶ୍ରୋତା ଭାବରେ ଯୋଗ ଦେଇଥିଲେ। ବେଦପ୍ରକାଶ ନାୟକ ମଞ୍ଚ ପରିଚାଳନା କରିଥିବା ବେଳେ ପ୍ରଣୟ ସୁଧା ଧନ୍ୟବାଦ ଅର୍ପଣ କରିଥିଲେ। ସତ୍ୟଜିତ ମିଶ୍ର, ଅର୍ପିତା ନାୟକ, ସଂପ୍ରୀତି ପ୍ରଧାନ ଏବଂ କଲ୍ୟାଣୀ ମହାପାତ୍ର ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ।
Tags: #LiteratureFest #Harshei #Bhubaneswar








