ଓଡ଼ିଶାଲାଇଭ୍ ବ୍ୟୁରୋ
ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଖୁସି ଖବର। ଆସନ୍ତା ଅଗଷ୍ଟ ୯ ତାରିଖ ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ଯୋଜନାର ତୃତୀୟ ପର୍ଯ୍ୟାୟ ଟଙ୍କା। ଯେଉଁ ଯୋଗ୍ୟ ହିତାଧିକାରୀ ଦ୍ୱିତୀୟ ପର୍ଯ୍ୟାୟରେ ଟଙ୍କା ପାଇନାହାଁନ୍ତି ସେମାନଙ୍କର ରିଭ୍ୟୁ କରାଯିବ। ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ଯିବ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।
ଅନ୍ୟପଟେ ରାଜ୍ୟରେ ଆରମ୍ଭ ହୋଇଛି ସୁଭଦ୍ରା ସମୀକ୍ଷା କାର୍ଯ୍ୟକ୍ରମ। ସୁଭଦ୍ରା ଯୋଜନା ସହୟତା ରାଶି ଦୁଇ ଥର ପାଇବା ପରେ, ହିତାଧିକାରୀ କିପରି ଏହାକୁ ଖର୍ଚ୍ଚ କରିଛନ୍ତି ତାହା ଅନୁଧ୍ୟାନ କରାଯିବ। ଏଥିରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ମେମ୍ବରଙ୍କ ସହ ପିଆରଆଇ ମେମ୍ବର, ଅଙ୍ଗନବାଡ଼ି ମେମ୍ବର ଓ ହେଲ୍ପର ଆଦି ଏହି ଦିଗରେ କାର୍ଯ୍ୟ କରିବେ।
Tags: #SubhadraScheme #PavatiParida #Odisha








