ଓଡ଼ିଶାଲାଇଭ୍ ବ୍ୟୁରୋ

ବଢ଼ିଲା ବରିଷ୍ଠ ଆଇଏଏସ୍ ଅଧିକାରୀ ବିଷ୍ଣୁପଦ ସେଠୀଙ୍କ ଅଡ଼ୁଆ। ଆଗୁଆ ଜାମିନ ଆବେଦନକୁ ଖାରଜ କଲେ ଓଡ଼ିଶା ହାଇକୋର୍ଟ।

ସିବିଆଇ ମାମଲାରେ ସମ୍ଭାବ୍ୟ ଗିରଫଦାରୀ ଏଡ଼ାଇବା ପାଇଁ ବିଷ୍ଣୁପଦ ସେଠୀ ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ। ଜଷ୍ଟିସ ଭି ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ବିଷ୍ଣୁପଦ ସେଠୀଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି କରି ଏହି ରାୟ ପ୍ରଦାନ କରିଛନ୍ତି। ଜୁଲାଇ ୧୮ ତାରିଖରେ ଜାମିନ ଆବେଦନର ଶୁଣାଣି ହୋଇ ରାୟ ସଂରକ୍ଷିତ ରହିଥିଲା।

ବ୍ରିଜ ଆଣ୍ଡ ରୁଫ କମ୍ପାନି ସହ ଟେଣ୍ଡର ଫିକ୍ସିଂ ଓ ଲାଞ୍ଚ କାରବାର ମାମଲାରେ ଛନ୍ଦି ହୋଇଛନ୍ତି ବିଷ୍ଣୁପଦ ସେଠୀ। ଟେଣ୍ଡର ଫିକ୍ସିଂ ଓ ୧୦ ଲକ୍ଷ ଟଙ୍କା ଲାଞ୍ଚ କାରବାର ମାମଲାରେ ସମ୍ପୃକ୍ତି ଥିବା ନେଇ ହୋଇଥିବା ଅଭିଯୋଗକୁ ଖଣ୍ଡନ କରିବା ସହ ତାଙ୍କୁ ଜାଣିଶୁଣି ଫସା ଯାଉଥିବା ଅଭିଯୋଗ କରିଛନ୍ତି ବିଷ୍ଣୁପଦ ସେଠୀ। ଏହାକୁ ନେଇ ବିଷ୍ଣୁପଦ ସେଠୀ ଏବଂ ତାଙ୍କ ପରିବାର ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ।

Tags: #IASBishnupadaSethy #TenderFixingCase #OdishaHighCourt

Comment