ଓଡ଼ିଶାଲାଇଭ୍ ବ୍ୟୁରୋ
ଶ୍ରୀମନ୍ଦିରର ସୁରକ୍ଷାକୁ ନେଇ ପୁଣି ଉଠିଲା ପ୍ରଶ୍ନ, ଭାଇରାଲ୍ ହେଲା ଶ୍ରୀମନ୍ଦିର ଭିତର ଫଟୋ। ଏଥର କୌଣସି ଭକ୍ତ ନୁହନ୍ତି ବରଂ ଶ୍ରୀମନ୍ଦିରରେ ଫଟୋ ଓ ଭିଡିଓକୁ ନେଇ ରହିଥିବା ଆଇନକୁ ଉଲ୍ଲଂଘନ କରି ଅଡୁଆରେ ଏଏସଆଇ। ‘ରତ୍ନଭଣ୍ଡାର ଅଫ୍ ଲର୍ଡ ଜଗନ୍ନାଥ ଟେମ୍ପଲ ଗେଟ୍ସ ନ୍ୟୁ ଲାଇଫ୍’, ଏପରି ଶିରୋନାମା ଲେଖି କିଛି ଫଟୋ ସୋସିଆଲ୍ ମିଡିଆରେ ପୋଷ୍ଟ କରାଯାଇଥିଲା। ଏହାକୁ ନେଇ ବିଭିନ୍ନ ମହଲରୁ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ବିଳମ୍ବିତ ରାତିରେ ଫଟୋଗୁଡ଼ିକୁ ଡିଲିଟ୍ କରିଛନ୍ତି ଏଏସ୍ଆଇ କର୍ତ୍ତୃପକ୍ଷ।
ଅନ୍ୟପଟେ ଗୁପ୍ତ କ୍ୟାମେରା ନେଇ ଶ୍ରୀମନ୍ଦିରକୁ ପ୍ରବେଶ କରି ଧରାପଡ଼ିଛନ୍ତି ଜଣେ ଯୁବକ। ବେହରଣ ଦ୍ୱାର ନିକଟରେ ଯୁବକଙ୍କ ଗତିବିଧି ସନ୍ଦେହଜନକ ଲାଗିବାରୁ ତାଙ୍କୁ ସିଂହଦ୍ୱାର ଥାନାର କଣ୍ଟ୍ରୋଲ ରୁମକୁ ନେଇଥିଲା ପୋଲିସ। ଯୁବକ ଜଣଙ୍କ ଚଷମାରେ କ୍ୟାମେରା ଲଗାଇ ଶ୍ରୀମନ୍ଦିରର ଭିତର ଭିଜୁଆଲ ଉତ୍ତୋଳନ କରୁଥିବା କୁହାଯାଉଛି। ଏହି ଦୁଇଟି ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଜଗନ୍ନାଥପ୍ରେମୀ।
Tags: #PuriJagananthTemple #PhotosViral #ASI








