ଓଡ଼ିଶାଲାଇଭ୍ ବ୍ୟୁରୋ

ଭିଜିଲାନ୍ସ ଜାଲରେ ଭୁବନେଶ୍ଵର ଆର ଆଣ୍ଡ ବି ଡିଭିଜନର ସହକାରୀ ଯନ୍ତ୍ରୀ ରାଜକିଶୋର ଜେନା। ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ରାଜକିଶୋର ଜେନାଙ୍କ ଘର ସମେତ ୧୦ଟି ଠିକଣାରେ ଏକକାଳୀନ ଚଢ଼ଉ କରୁଛି ଭିଜିଲାନ୍ସ।

ସହକାରୀ ଯନ୍ତ୍ରୀ କିଶୋର ଜେନାଙ୍କ ନୟାଗଡ଼ ଜିଲ୍ଲା ଜଗନ୍ନାଥ ପ୍ରସାଦରେ ଥିବା ପୈତୃକ ଘର, ପଟିଆରେ ଥିବା ସମ୍ପର୍କୀୟଙ୍କ ଘର ସହ ଭୁବନେଶ୍ଵରରେ ଥିବା ଏକାଧିକ ପ୍ଲଟ ଏବଂ ଫ୍ଲାଟରେ ଚଢ଼ଉ ଜାରି ରହିଛି।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ନେଇ ପୂର୍ବରୁ ସହକାରୀ ଯନ୍ତ୍ରୀ ରାଜକିଶୋର ଜେନାଙ୍କ ବିରୋଧରେ ଅଭିଯୋଗ ହୋଇଆସୁଥିଲା। ଅଭିଯୋଗ ଆଧାରରେ ଏହି ଚଢ଼ଉ କରାଯାଉଛି। ଚଢ଼ଉରେ ୭ ଜଣ ଡିଏସପି, ୫ ଜଣ ଇନ୍ସପେକ୍ଟର, ୧୧ ଜଣ ଏଏସଆଇ ଏବଂ ଅନ୍ୟ କର୍ମଚାରୀମାନେ ସମ୍ପୃକ୍ତ ରହିଛନ୍ତି।

Tags: #VigilanceRaid #RajkishorJena #R&BDivesion #Bhubaneswar #Odisha

Comment