ଓଡ଼ିଶାଲାଇଭ୍ ବ୍ୟୁରୋ
ନିଜ ଗୋଡ଼ କାଟି ଦେଲେ ଜଣେ ସର୍ଜନ। କୌଣସି ରୋଗ କିମ୍ବା ଦୁର୍ଘଟଣା ପାଇଁ ନୁହେଁ ବରଂ ମୋଟା ଅଙ୍କର ବୀମା ରାଶି ପାଇବା ପାଇଁ ସେ ଏଭଳି କାଣ୍ଡ କରିଥିବା ଅଭିଯୋଗ ହୋଇଛି।
ଇଂଲଣ୍ଡ କର୍ଣ୍ଣୱାଲର ୪୯ ବର୍ଷୀୟ ଡାକ୍ତର ନୀଲ ହୋପ୍ପର ନିଜର ଦୁଇଟି ଗୋଡ଼ କାଟି ଦେଇଥିଲେ। ପରେ ସଂକ୍ରମଣ ଯୋଗୁଁ ଗୋଡ଼ ହରାଇଥିବା ମିଥ୍ୟା ଦାବି କରି ବୀମା ରାଶି ହାତେଇବାକୁ ଚେଷ୍ଟା କରିଥିଲେ।
୨୦୧୯ ମସିହାରେ ସେ ଦୁଇଟି ଭିନ୍ନ ବୀମା କମ୍ପାନିରୁ ମିଛ ଦସ୍ତାବିଜ ପ୍ରଦାନ କରି ପାଖାପାଖି ୫.୫ କୋଟି ଟଙ୍କା ବୀମା ରାଶି ଦାବି କରିଥିଲେ। କେବଳ ସେତିକି ନୁହେଁ, ସେ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଏପରି କରିବାକୁ ପ୍ରୋତ୍ସାହିତ କରିଥିବା ତାଙ୍କ ନାମରେ ଅଭିଯୋଗ ରହିଛି।
ତେବେ ୨୦୨୩ ମସିହାରୁ ତାଙ୍କ ଉପରେ ଏନେଇ ମୋଟ ତିନୋଟି ଅଭିଯୋଗ ରହିଥିବାବେଳେ କୋର୍ଟରେ ମାମଲା ଏବେ ମଧ୍ୟ ଚାଲୁ ରହିଛି। ନିକଟରେ ଏହି ଅଭିଯୋଗରେ ସେ କର୍ଣ୍ଣୱାଲ ମାଜିଷ୍ଟ୍ରେଟ୍ କୋର୍ଟରେ ହାଜର ହୋଇଥିଲେ।
Tags: #NeilHopper #Cornwall #Surgeon








