ଓଡ଼ିଶାଲାଇଭ୍ ବ୍ୟୁରୋ

ପିଲାଦିନର ପ୍ରିୟ ଡେଜର୍ଟ ‘କୁଲଫି’କୁ ମିଳିଛି ବିଶ୍ୱ ମାନ୍ୟତା। ବିଶ୍ୱର ସର୍ବଶ୍ରେଷ୍ଠ ଫ୍ରୋଜନ ଡେଜର୍ଟ ଭାବେ ‘କୁଲଫି’ ଅଷ୍ଟମ ସ୍ଥାନ ହାସଲ କରିଛି।

ନିକଟରେ ଲୋକପ୍ରିୟ ଫୁଡ ଆଣ୍ଡ ଟ୍ରାଭେଲ ଗାଇଡ ‘ଟେଷ୍ଟ ଆଟ୍ଲାସ’ ବିଶ୍ୱର ୫୦ ଶ୍ରେଷ୍ଠ ଫ୍ରୋଜନ ଡେଜର୍ଟର ତାଲିକା ଜାରି କରିଛି। ଜୁଲାଇ ୨୦୨୫ ରାଙ୍କିରେ କୁଲଫି ଥରେ ନୁହେଁ ବରଂ ଭିନ୍ନ ମାର୍ଗରେ ଦୁଇ ଥର ଏହି ତାଲିକାରେ ସ୍ଥାନ ପାଇଛି। ବିଶ୍ୱର ସର୍ବଶ୍ରେଷ୍ଠ ଫ୍ରୋଜନ ଡେଜର୍ଟ ଭାବେ ‘କୁଲଫି’କୁ ଅଷ୍ଟମ ସ୍ଥାନ ମିଳିଥିବାବେଳେ କୁଲଫି-ଫାଲୁଦା କମ୍ବୋକୁ ୩୧ତମ ସ୍ଥାନ ମିଳିଛି।

ଏହି ତାଲିକାର ଶୀର୍ଷରେ ରହିଛି ତୁର୍କୀର ଡନଡୁର୍ମା। ଦ୍ଵିତୀୟ ସ୍ଥାନରେ ଆମେରିକାର କଷ୍ଟର୍ଡ ଏବଂ ତୃତୀୟ ସ୍ଥାନରେ ଇଟାଲୀର ଜିଲଟୋ ଅଲ ପିସ୍ତାଚିଓ।

ଏହା ପୂର୍ବରୁ ମଧ୍ୟ ଭାରତର ଅନେକ ବ୍ୟଞ୍ଜନ ‘ଟେଷ୍ଟ ଆଟ୍ଲାସ’ରେ ସ୍ଥାନ ପାଇସାରିଛି। ଜୁନ-୨୦୨୫ ପ୍ରକାଶ ପାଇଥିବା ବିଶ୍ୱର ୫୦ ଶ୍ରେଷ୍ଠ ଜଳଖିଆ ମଧ୍ୟରେ ଭାରତର ୨ଟି ବ୍ୟଞ୍ଜନ ରହିଥିଲା। ମହାରାଷ୍ଟ୍ରର ମିସାଲ ପାଓ ୧୮ତମ ସ୍ଥାନ ପାଇଥିବାବେଳେ ପରଟା ୨୩ତମ ସ୍ଥାନ ହାସଲ କରିଥିଲା।

Tags: #TasteAtlas #BestFrozenDesserts

Comment