ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ମା’ କ୍ଷୀର ହେଉଛି ଗୋଟିଏ ଶିଶୁ ପାଇଁ ଅମୃତ ସମାନ। ଗୋଟିଏ ନବଜାତ ଶିଶୁପାଇଁ ମା’ କ୍ଷୀରଠାରୁ ସର୍ବକୃଷ୍ଟ ଖାଦ୍ୟ ଅନ୍ୟ କିଛି ହୋଇନଥାଏ। ବିଭିନ୍ନ ସମୟରେ ନବଜାତ ଶିଶୁ କାନ୍ଦିଲେ ତାକୁ ଫର୍ମୁଲେଟେଡ କ୍ଷୀର ଦେବାକୁ ପରିବାର ଲୋକେ ଚାହିଁଥାନ୍ତି। କିନ୍ତୁ ବାହାର କ୍ଷୀରଠାରୁ ନିଜ ଶିଶୁକୁ ସମ୍ପୂର୍ଣ୍ଣ ଭାବେ ଦୂରେଇ ରଖିବା ଉଚିତ।

ନବଜାତ ଶିଶୁ ପାଇଁ ମା’ କ୍ଷୀର ଅତ୍ୟନ୍ତ ଜରୁରୀ। ଜନ୍ମଠାରୁ ୬ ମାସ ପର୍ଯ୍ୟନ୍ତ କେବଳ ମା’ କ୍ଷୀର ହିଁ ଶିଶୁକୁ ଦେବା ଆବଶ୍ୟକ। ସ୍ତନ୍ୟପାନର ମହତ୍ତ୍ଵ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତି ବର୍ଷ ଅଗଷ୍ଟ ମାସ ପ୍ରଥମ ସପ୍ତାହକୁ ବିଶ୍ୱ ସ୍ତନ୍ୟପାନ ସପ୍ତାହ ଭାବରେ ପାଳନ କରାଯାଉଛି। ଏହି ଅବସରରେ ଆଇଏଫଆଇ ଫାଉଣ୍ଡେସନ ପକ୍ଷରୁ ତଥା ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟପ୍ଲସ ନେଟୱର୍କର ମିଳିତ ଆନୁକୂଲ୍ୟରେ ବିଶେଷ ଜନସ୍ୱାସ୍ଥ୍ୟ ସଚେତନତା ଅଭିଯାନ।

ନବଜାତ ଶିଶୁ ପାଇଁ ମା’ କ୍ଷୀରର ଆବଶ୍ୟକତା, ସ୍ତନ୍ୟପାନର ସଠିକ ଉପାୟ, ସ୍ତନ୍ୟପାନ କରିବା ସମୟରେ ମା’ମାନେ କେଉଁ ଖାଦ୍ୟ ଖାଇବେ ଓ କେଉଁ ଖାଦ୍ୟ ଖାଇବେ ନାହିଁ, ଆଦି ବିଷୟକୁ ନେଇ ଡାକ୍ତରଙ୍କ ପରାମର୍ଶ ଥିବା ଭିଡିଓ ପୋଷ୍ଟ କରାଯିବ। ‘ଓଡ଼ିଶାଲାଇଭ୍’ ନ୍ୟୁଜ ପୋର୍ଟାଲ ସହିତ ଏହାର ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ (ଫେସବୁକ, ଟୁଇଟର) ରେ ଏହି ଭିଡିଓଗୁଡ଼ିକ ପ୍ରସାରିତ ହେବ। ଡେଲିହଣ୍ଟ ଏବଂ ଜିଓ ନ୍ୟୁଜ ପ୍ଲାଟଫର୍ମର ଓଡ଼ିଶାଲାଇଭ୍ ପେଜରେ ମଧ୍ୟ ଏହି ବିଷୟ ଉପଲବ୍ଧ ରହିବ।

ସ୍ତନ୍ୟପାନ ଉଭୟ ମା’ ଓ ଶିଶୁ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏହା ଶିଶୁର ଶାରୀରିକ ତଥା ମାନସିକ ବୃଦ୍ଧି ପାଇଁ ବେଶ୍‌ ଜରୁରୀ।

ତେବେ ସ୍ତନ୍ୟ ପାନର ସଠିକ ପଦ୍ଧତି କେମିତି ହେବା ଦରକାର, ସ୍ତନ୍ୟପାନ କରାଇବା ପୂର୍ବରୁ କେମିତି ପ୍ରସ୍ତୁତ ହେବେ ମା’, ସେ ବିଷୟରେ ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ସ୍ମିତା ଷଢ଼ଙ୍ଗୀଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଶାର ଏହି ଭିଡିଓ ଦେଖନ୍ତୁ।

Tags: #Breastfeeding #BreastfeedingWeek #BabyCare #OdiaHealthTips #DoctorsAdvice

Comment