ଓଡ଼ିଶାଲାଇଭ୍ ବ୍ୟୁରୋ
୧୯୪୫ ମସିହା ଅଗଷ୍ଟ ୬ ତାରିଖରେ ଜାପାନର ହିରୋସିମା ସହର ଉପରେ ପ୍ରଥମ ପରମାଣୁ ବୋମା ପକାଇଥିଲା ଆମେରିକା।
ସକାଳ ୮ଟା୧୫ ମିନିଟରେ ହିରୋସିମାରେ ପରମାଣୁ ବୋମା ପଡ଼ିବା କ୍ଷଣି ବିରାଟ ନିଆଁ ପିଣ୍ଡୁଳା ସହ ବିଶାଳକାୟ ଛତୁ ଆକାରର ବଳୟ ଉପରକୁ ଉଠିଥିଲା। ଭୂ-ପୃଷ୍ଠର ତାପମାତ୍ରା ୪ ହଜାର ଡିଗ୍ରୀ ସେଲିସିୟସ ହୋଇଯାଇଥିଲା। ମାତ୍ର ୫ ସେକେଣ୍ଡ ମଧ୍ୟରେ ଚାଲିଯାଇଥିଲା ପ୍ରାୟ ୮୦ ହଜାର ଲୋକଙ୍କ ଜୀବନ। ଆଖି ପିଛୁଳାକେ ୭୦ ପ୍ରତିଶତ କୋଠା ଧ୍ୱଂସ ହୋଇଯାଇଥିଲା। ପରବର୍ତ୍ତୀ ସମୟରେ ରେଡିଏସନ୍ ଯୋଗୁଁ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିଲା।
ଅଗଷ୍ଟ ୯ ତାରିଖ, ନାଗାସାକି ସହରରେ ଦ୍ଵିତୀୟ ପରିମାଣୁ ବୋମା ପକାଇଥିଲା ଆମେରିକା। ମୁହୂର୍ତ୍ତକ ମଧ୍ୟରେ ୪୦ ହଜାର ଲୋକ ପ୍ରାଣ ହରାଇଥିଲେ। ଦୁଇଟି ପରମାଣୁ ବୋମାରେ ପ୍ରାଣ ହରାଇଥିଲେ ୨ ଲକ୍ଷରୁ ଅଧିକ ଲୋକ।
Tags: #HiroshimaNagasaki #AtomicBomb #NuclearDevastation #America








