ଓଡ଼ିଶାଲାଇଭ୍ ବ୍ୟୁରୋ

ଭିଜିଲାନ୍ସ ଜାଲରେ ସମ୍ବଲପୁର ଡ୍ରଗ୍ସ କଣ୍ଟ୍ରୋଲ ଟେଷ୍ଟିଂ ଲ୍ୟାବର ପ୍ରିନ୍ସିପାଲ ସାଇଣ୍ଟିଫିକ୍ ଅଫିସର ଦେବାଶିଷ ପଣ୍ଡା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଦେବାଶିଷ ପଣ୍ଡାଙ୍କର ୭ଟି ଠିକଣା ଉପରେ ଏକକାଳୀନ ଚଢ଼ଉ କରୁଛି ଭିଜିଲାନ୍ସ।
ଦେବାଶିଷ ପଣ୍ଡାଙ୍କ ସମ୍ବଲପୁରସ୍ଥିତ ବାସଭବନ, କଇଁସିରସ୍ଥିତ କାର୍ଯ୍ୟାଳୟ, ଭୁବନେଶ୍ଵର ଏବଂ ବ୍ରହ୍ମପୁର ସମେତ ୭ଟି ସ୍ଥାନରେ ଚଢ଼ଉ ଜାରି ରହିଛି।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ନେଇ ପୂର୍ବରୁ ଦେବାଶିଷ ପଣ୍ଡାଙ୍କ ବିରୋଧରେ ଅଭିଯୋଗ ହୋଇଆସୁଥିଲା। ଅଭିଯୋଗ ଆଧାରରେ ଏହି ଚଢ଼ଉ କରାଯାଇଛି।
ଚଉଢ଼ରେ ୪ ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର, ୪ ଜଣ ଏଏସଆଇ ଏବଂ ଅନ୍ୟ ସହାୟକମାନେ ସାମିଲ ଅଛନ୍ତି।
Tags: #VigilanceRaid #DebashisPanda #Odisha








