ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ସ୍ଵାଧୀନତା ଲାଭ କରିଥିଲା। ହେଲେ ସ୍ୱାଧୀନତାର ଅନେକ ବର୍ଷ ପରେ ମଧ୍ୟ ନିଜ ଘର କିମ୍ବା ଘରୋଇ ଅନୁଷ୍ଠାନରେ ଜାତୀୟ ପତାକା ଲଗାଇବାର ଅଧିକାର ନଥିଲା।

ପୂର୍ବରୁ କେବଳ ସରକାରୀ କାର୍ଯ୍ୟାଳୟ ଓ ଜାତୀୟ ଅବସରଗୁଡ଼ିକରେ ତ୍ରିରଙ୍ଗା ଉଡ଼ାଇବାକୁ ଅନୁମତି ଥିଲା। ୧୯୯୨ ମସିହାରେ ବିଶିଷ୍ଟ ଶିଳ୍ପପତି ନବୀନ ଜିନ୍ଦଲ ନିଜ କାରଖାନାରେ ତ୍ରିରଙ୍ଗା ଲଗାଇ ଥିଲେ।  ତେବେ ପ୍ରଶାସନ ଏହାକୁ ବେଆଇନ କହିବାରୁ ନବୀନ ଜିନ୍ଦଲ ଏହା ନିଜର ମୌଳିକ ଅଧିକାର ବୋଲି ବିବେଚନା କରି ସୁପ୍ରିମକୋର୍ଟରେ ମାମଲା ଦାୟର କରିଥିଲେ।

ସୁପ୍ରିମକୋର୍ଟ ଏହାର ଶୁଣାଣି କରି, ତ୍ରିରଙ୍ଗା ଉଡ଼ାଇବା ପ୍ରତ୍ୟେକ ଭାରତୀୟଙ୍କ ମୌଳିକ ଅଧିକାର ବୋଲି ଘୋଷଣା କରିଥିଲେ। ଏହାପରେ ଫ୍ଲାଗ୍ କୋଡ୍ ଅଫ୍ ଇଣ୍ଡିଆରେ ସଂଶୋଧନ କରାଯାଇ ୨୦୦୨ରେ ନୂଆ ନିୟମ ଲାଗୁ ହେଲା। ଏହି ନିୟମ ଅନୁସାରେ, ଧ୍ୱଜ ସଂହିତାର ନିୟମ ପାଳନ କରି ଜଣେ ସାଧାରଣ ନାଗରିକ ନିଜ ଘର, ଅଫିସ କିମ୍ବା କାରଖାନାରେ ତ୍ରିରଙ୍ଗା ଉଡ଼ାଇପାରିବେ।

Tags: #FlagCodeofIndia #Tiranga

Comment