ଓଡ଼ିଶାଲାଇଭ୍ ବ୍ୟୁରୋ

ଚର୍ଚ୍ଚାରେ ମହାରାଷ୍ଟ୍ର କୋହ୍ଲାପୁରର ଜୈନ ମଠର ହାତୀ ‘ମାଧୁରୀ’। ମାଧୁରୀକୁ ଫେରାଇ ଆଣିବାକୁ ରାଜରାସ୍ତାକୁ ଓହ୍ଲାଇଛନ୍ତି ସାଧୁସନ୍ଥ। ‘ମାଧୁରୀ ଫେରାଅ’ ଏବଂ ‘ଜିଓ ବୟକଟ୍’ ଦାବିରେ ୪୫ କିଲୋମିଟରର ମୌନ ପଦଯାତ୍ରା କରିଥିଲେ ଜୈନ ସାଧୁସନ୍ଥ ଏବଂ ସ୍ଥାନୀୟ ନାଗରିକ।

କୋହ୍ଲାପୁରର ଏକ ଜୈନ ମଠରେ ରହୁଥିଲା ହାତୀ ମାଧୁରୀ। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ‘ମାଧୁରୀ’ ମଠର ସବୁ ନିୟମ ପାଳନ କରୁଥିଲା। ନିକଟରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଗୁଜରାଟରେ ଥିବା ୱାଇଲ୍ଡ ଲାଇଫ୍ ରିହାବିଲିଟେସନ ସେଣ୍ଟର ‘ବନତାରା’କୁ ଏହି ହାତୀକୁ ପଠାଯାଇଛି।

ହାତୀଟି ଅସୁସ୍ଥ ହୋଇଯିବାରୁ ଏବଂ ମଠରେ ଠିକ୍ ଭାବରେ ଯତ୍ନ ନିଆଯାଉନଥିବା ଅଭିଯୋଗରେ ଏହି ହାତୀକୁ ‘ବନତାରା’ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ। କୋହ୍ଲାପୁର ବାସିନ୍ଦା ଏନେଇ ଦୃଢ଼ ପ୍ରତିବାଦ କରିବା ସହ ରିଲାଏନ୍ସ ଫାଉଣ୍ଡେସନ୍ ଫଣ୍ଡରେ ‘ବନତାରା’ ଚାଲୁଥିବାରୁ ଜିଓ ନେଟୱର୍କକୁ ବୟକଟ୍ କରିଛନ୍ତି।

ଅନ୍ୟପଟେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରୁଥିବା କହିଛି ‘ବନତାରା’।

Tags: #Kolhapur #ElephantMadhuri #Maharashtra

Comment