ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ସାମାଜିକ ସଂଗଠନ ମାନବ ଅଧିକାର ସୁରକ୍ଷା ସଂସଦ (ମାସ) ପକ୍ଷରୁ ସ୍ଥାନୀୟ ଆଜିମାବାଦ ସ୍ଥିତ ବହିଘର-ବିଦ୍ୟାଭାରତୀ ପରିସରରେ ‘ରକ୍ଷା ବନ୍ଧନ ଉତ୍ସବ’ ଅନୁଷ୍ଠିତ ହୋଇଯାଇଛି।

ସଂଗଠନର ଅଧ୍ୟକ୍ଷ ଅଭୟ ଦାସ କାର୍ଯ୍ୟକ୍ରମରେ ସଭାପତିତ୍ଵ କରିଥିବା ବେଳେ ସଦସ୍ୟା ଆଶ୍ରିତା ତରେଇ ସଂଯୋଜନା କରିଥିଲେ। ଉତ୍ସବରେ ସମାଜସେବୀ ବିକ୍ରମ ପଣ୍ଡା, ଅଭିନେତା ତଥା ପ୍ରଯୋଜକ ଦେବ, ଆଡଭୋକେଟ ପର୍ଶୁରାମ ପ୍ରଧାନ, ସୁଦର୍ଶନ ଜେନା, ଗୋପାଳ ଚନ୍ଦ୍ର ଜେନା, ହରିପଦ ଭୂୟାଁ, ବିଜୟ ଆଚାର୍ଯ୍ୟ, ବିଜୟ ଦାସ ଅଧିକାରୀ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ମଞ୍ଜୁଲତା ବଳ,  ଆଡଭୋକେଟ ଜ୍ଞାନରଞ୍ଜନ ମିଶ୍ର, ପ୍ରଦ୍ୟୁମ୍ନ ନାୟକ ପ୍ରମୁଖ ଯୋଗଦେଇ ରାକ୍ଷୀ ପୂର୍ଣ୍ଣିମା ଓ ରକ୍ଷାବନ୍ଧନ ଉତ୍ସବ ସମ୍ପର୍କରେ ଆଲୋଚନା କରିଥିଲେ। ସଂଗଠନର ମହିଳା ସଦସ୍ୟାମାନେ ସମସ୍ତ ସଦସ୍ୟ ଓ ଅତିଥିମାନଙ୍କୁ ରାକ୍ଷୀ ପିନ୍ଧାଇ ଥିଲେ।

Tags: #MASS #RakshaBandhanUtsav #Celebration #Balasore

Comment