ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶ ବିଭାଜନ କଥା ଆସିଲେ ଆମେ ସାଧାରଣତଃ ଭାରତ-ପାକିସ୍ତାନ ବିଭାଜନ କଥା ଭାବିଥାନ୍ତି। ହେଲେ ବିଶ୍ୱର ସବୁଠାରୁ ବଡ଼ ବିଭାଜନ ବିଷୟରେ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ, ଯେଉଁଠାରେ ଗୋଟିଏ ଦେଶ ୧୫ଟି ସ୍ୱାଧୀନ ଦେଶରେ ବିଭକ୍ତ ହୋଇଥିଲା।
ୟୁନିୟନ ଅଫ ସୋଭିଏତ୍ ସୋସିଆଲିଷ୍ଟ ରିପବ୍ଲିକସ୍ ବା ସୋଭିଏତ ସଙ୍ଘ ୧୯୨୨ ମସିହାରେ ଗଠିତ ହୋଇଥିଲା। ବିଶ୍ୱର ଏହି ସର୍ବବୃହତ ଦେଶର କ୍ଷେତ୍ରଫଳ ୨୨ ନିୟୁତ ବର୍ଗ କିଲୋମିଟରରୁ ଅଧିକ ଥିଲା। ତେବେ ଅର୍ଥନୈତିକ ସଙ୍କଟ, ରାଜନୈତିକ ଅସ୍ଥିରତା ଏବଂ ବିଭିନ୍ନ ଜାତୀୟତାବାଦୀ ଆନ୍ଦୋଳନ ଯୋଗୁଁ ଏତେ ବଡ଼ ଦେଶକୁ ପରିଚାଳନା କରିବା କଷ୍ଟକର ହୋଇପଡ଼ିଥିଲା।
ଫଳରେ ୧୯୯୧ ମସିହାରେ ଏହା ବିଭାଜିତ ହୋଇ ୧୫ଟି ଭିନ୍ନ ଭିନ୍ନ ସ୍ୱାଧୀନ ଦେଶ ଗଠିତ ହୋଇଥିଲା। ସେଗୁଡ଼ିକ ଥିଲା ରୁଷ, ୟୁକ୍ରେନ, ବେଲାରୁସ୍, ଏଷ୍ଟୋନିଆ, ଲିଥୁଆନିଆ, ଲାଟଭିଆ, ଜର୍ଜିଆ, ଆର୍ମେନିଆ, ଆଜାରବୈଜାନ, କାଜାଖସ୍ତାନ, ଉଜବେକିସ୍ତାନ, ତୁର୍କମେନିସ୍ତାନ, କିର୍ଗିଜସ୍ତାନ, ତାଜିକିସ୍ତାନ ଏବଂ ମାଲଡୋଭା।
Tags: #SovietUnion #USSRDissolution








